ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଟି-୨୦ ସିରିଜ୍ ଶେଷ ପରେ ଆଇସିସି ପକ୍ଷରୁ ସଦ୍ୟ ତଥା ନୂତନ ରାଙ୍କିଂ ପ୍ରକାଶ ପାଇଛି। ଏଥିରେ ବୋଲିଂରେ କୁଲଦୀପ ଯାଦବ ତୃତୀୟ ସ୍ଥାନରେ ରହିଛନ୍ତି। ବ୍ୟାଟିଂରେ କେ.ଏଲ ରାହୁଲ ଷଷ୍ଠ ଏବଂ ରୋହିତ ଶର୍ମା ନବମ ସ୍ଥାନରେ ଅଛନ୍ତି।

ଟିମ୍ ଇଣ୍ଡିଆର ସ୍ପିନର କୁଲଦୀପ ଯାଦବ ନିଜ ସ୍ଥିତିରେ ଉନ୍ନତି ଆଣି ଶ୍ରେଷ୍ଠ ୫ ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ସେହିପରି ଅଷ୍ଟ୍ରେଲିଆର ସ୍ପିନର ଏଡମ୍ ଜମ୍ପା ମଧ୍ୟ କୁଲଦୀପ ଯାଦବଙ୍କ ଭଳି ପ୍ରଥମ ଥର ପାଇଁ ଶ୍ରେଷ୍ଠ ୫ ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି।

ନୂତନ ରାଙ୍କିଂ ପ୍ରକାଶ ପାଇବା ପୂର୍ବରୁ କୁଲଦୀପ ୨୩ତମ ସ୍ଥାନରେ ଥିଲେ। ତେବେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଚମତ୍କାର ପ୍ରଦର୍ଶନ ପରେ ଏବେ ତାଙ୍କୁ ଏହି ପୁରସ୍କାର ମିଳିଛି। ଏବେ ସେ ଟି-୨୦ ବୋଲିଂ ରାଙ୍କିଂରେ ତୃତୀୟ ସ୍ଥାନରେ ରହିଛନ୍ତି। ସେହିପରି ଜମ୍ପା ୧୭ତମ ସ୍ଥାନ ଉପରକୁ ଉଠି ପାଞ୍ଚ ନମ୍ବର ସ୍ଥାନରେ ରହିଛନ୍ତି।

ଟି-୨୦ ବୋଲର ତାଲିକାରେ ପ୍ରଥମ ସ୍ଥାନରେ ଆଫଗାନିସ୍ତାନର ରାଶିଦ ଖାନ ପ୍ରଥମ ସ୍ଥାନରେ ଏବଂ ପାକିସ୍ତାନର ଶାଦାବ ଖାନ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଇଂଲଣ୍ଡର ଆଦିଲ ରଶିଦ ରତୁର୍ଥ ସ୍ଥାନରେ ଅଛନ୍ତି। ତେବେ ଅନ୍ୟତମ ଭାରତୀୟ ସ୍ପିନର ଭାବେ ୟୁଜୁବେନ୍ଦ୍ର ଚହଲ ୭ଟି ସ୍ଥାନ ତଳକୁ ଖସି ୧୧ତମ ସ୍ଥାନରେ ରହିଛନ୍ତି।

ବ୍ୟାଟିଂ ତାଲିକାର ରାଙ୍କିଂରେ ପାକିସ୍ତାନର ବାବର ଅଜମ ଏକ ନମ୍ବର ସ୍ଥାନ ବଜାୟ ରଖିଥିବା ବେଳେ ନ୍ୟୁଜିଲାଣ୍ଡର କାଲିନ ମୁନରୋ ଦ୍ୱିତୀୟ ଏବଂ ଅଷ୍ଟ୍ରେଲିଆର ଅଧିନାୟକ ଏରୋନ ଫିଞ୍ଚ ତୃତୀୟ ସ୍ଥାନରେ ଅଛନ୍ତି। ପାକିସ୍ତାନର ଫଖର ଜମାନ ଚତୁର୍ଥ ଏବଂ ଅଷ୍ଟ୍ରେଲିଆର ଗ୍ଲେନ ମ୍ୟାକ୍ସୱେଲ  ପଞ୍ଚମ ସ୍ଥାନରେ ରହିଛନ୍ତି। ସେହିପରି ଶିଖର ଧାୱନ ୧୧ ନଂ ଏବଂ ଅଧିନାୟକ ବିରାଟ କୋହଲି ୧୪ ନଂ ସ୍ଥାନରେ ଅଛନ୍ତି।

LEAVE A REPLY

Please enter your comment!
Please enter your name here