ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ ମହିଳା ଏକ ଦିବାସୀୟ କ୍ରିକେଟ ଟିମ୍‌ର କ୍ୟାପଟେନ ମିତାଲି ରାଜ୍ ମଙ୍ଗଳାବର ଦିନ ଟିମର ମୁଖ୍ୟ ପରିଚାଳନା ଅଧିକାରୀ ଡାଏନା ଏଦୁଲଜିଙ୍କ ବିରୋଧରେ ପକ୍ଷପାତିତାର ଅଭିଯୋଗ ଆଣିଛନ୍ତି। ଏଥି ସହିତ ମହିଳା ଟିମର ମୁଖ୍ୟ କୋଚ୍ ରମେଶ ପାୱାରଙ୍କ ବିରୋଧରେ ମଧ୍ୟ ଅଭିଯୋଗ ଆଣି ମିତାଲି କହିଛନ୍ତି ଯେ ପାୱାର ତାଙ୍କୁ ବରାବର ଅପମାନିତ କରିଛନ୍ତି।

ଇଂଲଣ୍ଡ ବିପକ୍ଷରେ  ମହିଳା ୱାର୍ଲ୍ଡ ଟି – ୨୦ ଖେଳର ସେମି ଫାଇନାଲ ମ୍ୟାଚ ପୂର୍ବରୁ ମିତାଲିଙ୍କୁ ଟିମରୁ ବାହାର କରି ଦିଆଯାଇଥିଲା।

ପଞ୍ଚତିରିଶ ବର୍ଷୀୟା ମିତାଲି ୱେଷ୍ଟଇଣ୍ଡିଜରେ ଚାଲିଥିବା ସିରିଜରେ ଲଗାତାର ଅର୍ଦ୍ଧଶତକ କରିଥିଲେ ମଧ୍ୟ ତାଙ୍କୁ ସେମି ଫାଇନାଲରେ ଖେଇଳିବା ପାଇଁ ସୁଯୋଗ ଦିଆ ଯାଇ ନଥିଲା। ଏଥିପାଇଁ ଭାରତୀୟ ଟିମକୁ ୮ ୱିକେଟରେ ହାରିବାକୁ ପଡ଼ିଥିଲା। ବିସିସିଆଇର ସିଇଓ ରାହୁଲ ଜୋହରୀଙ୍କୁ ପତ୍ର ଲେଖି ମିତାଲି ଏହି ଅଭିଯୋଗ କରିଛନ୍ତି ଯେ ଉଭୟ ବ୍ୟକ୍ତି ସେମାନଙ୍କ ପଦବୀର ଦୁରୂପଯୋଗ କରିଛନ୍ତି।

ମିତାଲି ତାଙ୍କ ପତ୍ରରେ ଲେଖିଛନ୍ତି, “କୋଡିଏ ବର୍ଷ ଧରି ସେ କ୍ରିକେଟ ଖେଳି ଆସୁଛନ୍ତି। କିନ୍ତୁ ଏଭଳି ଖରାପ ବ୍ୟବହାର ସେ କେବେ ପାଇନଥିଲେ।ମୁଁ ଯଦି କେଉଁଠି ବସୁଥିଲି ସେମାନେ ସେ ସ୍ଥାନ ଛାଡ଼ି ଚାଲି ଯାଉଥିଲେ ଓ କିଛି କହିବା ବେଳେ ମୋବାଇଲରେ ମସ୍‌ଗୁଲ ରହି ମୋ’ କଥା ଶୁଣୁ ନଥିଲେ।”

Comment