ଓଡ଼ିଶାଲାଇଭ୍ ବ୍ୟୁରୋ

ଅଲିଭ୍ ରିଡେ୍ଲେ ସୁରକ୍ଷା ପାଇଁ ସାଇକେଲ ଯାତ୍ରା କରି, ଲିମ୍‌କା ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନପାଇଲେ ୨ଓଡ଼ିଆ ଯୁବକ।

ଦୀର୍ଘତମ ସାଇକେଲ ଯାତ୍ରା କରି ପୁରୀ ଜିଲ୍ଲାର ୨ଜଣ ଯୁବକ ଲିମ୍‌କା ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛନ୍ତି। ସେମାନେ ହେଉଛନ୍ତି ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ଜାହାନିଆର ସୋମ୍ୟ ରଞ୍ଜନ ବିଶ୍ୱାଳ ଓ ସାକ୍ଷୀଗୋପାଳର ଦିଲୀପ କୁମାର ବିଶ୍ୱାଳ। ଅଲିଭ୍ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ଓଡ଼ିଶାର ପୁର୍ବଉପକୂଳ ଅଞ୍ଚଳ ତଥା ସମୁଦ୍ରକୂଳିଆ ଗ୍ରାମ ଓ ବିଦ୍ୟାଳୟମାନଙ୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ସାଇକେଲ ଯାତ୍ରା କରିଥିଲେ।

‘ଓଲି’ ମାସ୍କଟ ପିନ୍ଧି ଓଡ଼ିଶାର ଉପକୂଳବର୍ତ୍ତୀ ୭ଟି ଜିଲ୍ଲାରେ ଦୀର୍ଘ ୮୦୦ କିମି ଯାତ୍ରା ୭ଦିନ ମଧ୍ୟରେ ଶେଷ କରିଛନ୍ତି ଏହି ଦୁଇ ଯୁବକ। ମାର୍ଚ୍ଚ ମାସ ୭ତାରିଖରେ ଏହି ସାଇକେଲ ଯାତ୍ରା ଆରମ୍ଭ କରିଥିଲେ। କୋଣାର୍କଠାରୁ ଏହି ଯାତ୍ରା ଆରମ୍ଭ ହୋଇ ପୁରୀ, ଚିଲିକା, ଗୋପାଳପୁର, ଭୁବନେଶ୍ୱର, କଟକ ଓ ଜଗତସିଂହପୁର ଦେଇ ମାର୍ଚ୍ଚ ୧୪ ତାରିଖରେ କେନ୍ଦ୍ରାପଡ଼ା ଠାରେ ଶେଷ ହୋଇଥଲା ଏହି ଯାତ୍ରା।

୭ ଦିନିଆ ଏହି ମିଶନ୍‌ରେ ଦିଲୀପ ଓ ସୋମ୍ୟ ଉପକୂଳବର୍ତ୍ତୀ ଅଞ୍ଚଳର ୫୦ଟି ଗ୍ରାମ ଓ ୩୫ଟି ବିଦ୍ୟାଳୟରେ ଜନସାଧାରଣ ଓ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରିଥିଲେ।

ଲିମ୍‌କା ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ପକ୍ଷରୁ ଆସନ୍ତା ୨୦୧୯ ଫେବୃଆରୀ ମାସରେ ଏହି ଦୁଇ ଯୁବକଙ୍କୁ ମାନପତ୍ର ଦିଆଯିବ।

LEAVE A REPLY

Please enter your comment!
Please enter your name here