ଓଡ଼ିଶାଲାଇଭ୍‌ ବ୍ୟୁରୋ

ହକି ବିଶ୍ଵକପ୍‌ର ପୁଲ୍‌ ସି ମ୍ୟାଚରେ କାନାଡାକୁ ୫-୧ ଗୋଲରେ ହରାଇଲା ଭାରତ।

କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ପୁରୁଷ ହକି ବିଶ୍ଵକପ୍‌ ପୁଲ୍‌ ସିର ଶେଷ ମ୍ୟାଚରେ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ। କାନାଡା ବିପକ୍ଷରେ ୫-୧ ଗୋଲ ବ୍ୟବଧାନରେ ଜିତିଛି ଭାରତ। ଏହି ବିଜୟ ହାସଲ ପରେ ଟିମ୍ ଇଣ୍ଡିଆ ହକି ବିଶ୍ଵକପ୍‌ର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି।

ଶନିବାର ସନ୍ଧ୍ୟା ୭ଟାରୁ ଆରମ୍ଭ ହୋଇଥିବା ମ୍ୟାଚର ପ୍ରଥମ କ୍ୱାର୍ଟରରେ ହିଁ ଭାରତ କାନାଡାକୁ ଗୋଟିଏ ଗୋଲ ଦେଇଥିଲା। ପେନାଲଟି କର୍ଣ୍ଣରରେ ହରମନପ୍ରୀତ ସିଂହ ଏହି ଗୋଲ ଦେଇଥିଲେ।

ଏହାପରେ କାନାଡା ଭାରତକୁ ଏକ ଗୋଲ ଦେଇଥିଲା। ତେବେ ତୃତୀୟ କ୍ୱାର୍ଟରର ଖେଳ ଶେଷ ସୁଦ୍ଧା ଖେଳ ବରାବର ରହିଥିଲା। ଚତୁର୍ଥ କ୍ୱାର୍ଟରରେ ଭାରତ ମୋଟ ୪ଟି ଗୋଲ ଦେଇଥିଲା। ଶେଷରେ ୫-୧ ଗୋଲରେ ମ୍ୟାଚ ଜିତିଥିଲା ଭାରତ।

LEAVE A REPLY

Please enter your comment!
Please enter your name here