ଓଡ଼ିଶାଲାଇଭ୍ ବ୍ୟୁରୋ
ମିଜୋରାମରେ ୨୬ଟି ଆସନ ସହ ମିଜୋ ନ୍ୟାସନାଲ ଫ୍ରଣ୍ଟକୁ ମିଳିଲା ସଂଖ୍ୟା ଗରିଷ୍ଠତା।
ମିଜୋରାମ ମୁଖ୍ୟମନ୍ତ୍ରୀ ଲାଲ ଥନୱାଲା ଦୁଇଟି ସ୍ଥାନରୁ ନିର୍ବାଚନ ଲଢ଼ି ହାରିଛନ୍ତି। ଚମ୍ପାଇ ସାଉଥ୍ ଓ ସେରଛିପ୍ ଆସନରୁ ନିର୍ବାଚନ ମୈଦାନକୁ ଓହ୍ଲାଇଥିଲେ।
ଚମ୍ପାଇ ସାଉଥ୍ରୁ ଏମ୍ଏନ୍ଏଫ୍ (ମିଜୋ ନ୍ୟାସନାଲ ଫ୍ରଣ୍ଟ)ର ଟିଜେ ଲଲନୁତଲୁଆଙ୍ଗାଠାରୁ ସେ୧୦୪୯ ଭୋଟରେ ହାରିଛନ୍ତି। ସେହିପରି ସେରଛିପ୍ରେ ବି ସେ ପଛେଇଥିଲେ।
୨୬ ଆସନ ସହ ଏମ୍ଏନ୍ଏଫ୍ ସଂଖ୍ୟା ଗରିଷ୍ଠତା ହାସଲ କରିଛି। ସେହିପରି ସ୍ଵାଧୀନ ୮, କଂଗ୍ରେସକୁ ୫ ଓ ବିଜେପିକୁ ୧ଟି ଆସନ ମିଳିଛି। ତେବେ ମିଜୋରାମରେ ଏମ୍ଏନ୍ଏଫ ବହୁମତରେ ସରକାର ବନେଇବେ।
ମିଜୋରାମରେ ୧୦ ବର୍ଷରୁ କଂଗ୍ରେସ ଶାସନରେ ରହିଥିଲା। ୨୦୦୮ରେ ଲାଲ ଥନୱାଲା କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଚଳିତ ନିର୍ବାଚନରେ ମିଜୋରାମରେ କଂଗ୍ରେସ ସତ୍ତା ହରାଇଛି। ମିଜୋରାମ ନର୍ଥଇଷ୍ଟର ଏକମାତ୍ର ରାଜ୍ୟ ଥିଲା ଯେଉଁଠି କଂଗ୍ରେସର ଶାସନ ଥିଲା।


















