ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଥମ କ୍ୟାବିନେଟ ବୈଠକରେ ବାଘେଲଙ୍କ ବଡ଼ ନିଷ୍ପତ୍ତି।

ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ କୃଷକଙ୍କ ଋଣଛାଡ଼ ପାଇଁ ଘୋଷଣା କରିଛନ୍ତି। ନିଜ ପ୍ରଥମ କ୍ୟାବିନେଟ ବୈଠକରେ ସେ ଦୁଇଟି ବଡ଼ ନିଷ୍ପତ୍ତି ନେଇଛନ୍ତି। କୃଷି ଋଣ ଛାଡ଼ କରିବା ସହିତ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି ବାଘେଲ।

ଧାନର ଏମଏସପି କ୍ୱିଣ୍ଟାଲକୁ ୨୫୦୦ଟଙ୍କା କରିବା ସହ ୧୬ ଲକ୍ଷ ୨୫ ହଜାର ଚାଷୀଙ୍କ ୬୧୦୦ କୋଟି ଋଣ ଛାଡ଼ କରିବାକୁ ଘୋଷଣା କରିଛନ୍ତି।

ଗତ ସୋମବାର ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ କମଲନାଥ କୃଷି ଋଣ ଛାଡ଼ କରିବାକୁ ଘୋଷଣା କରିବା ପରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବି ଏହି ଘୋଷଣା କରିଛନ୍ତି।

ସୋମବାର ଛତିଶଗଡ଼ର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ଭୂପେଶ ବାଘେଲ। ଏହି ଶପଥ ପାଠ ଉତ୍ସବ ରାୟପୁରର ସାଇନ୍ସ କଲେଜ ମଇଦାନରେ ହୋଇଥିଲା।

Comment