ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ମହାକାଶ ଅନୁସନ୍ଧାନ ସଂସ୍ଥା(ଇସ୍ରୋ) ପକ୍ଷରୁ ଜିସାଟ -୭ଏ ଉତକ୍ଷେପଣ ହେବ।

ଇସ୍ରୋ ପକ୍ଷରୁ ଜିସାଟ୍ -୭ଏ ଉପଗ୍ରହକୁ ମହାକାଶକୁ ପଠାଯିବ। ବୁଧବାର ୪ ଟା୧୦ରେ ପରୀକ୍ଷଣ ପାଇଁ ଏହି ଉପଗ୍ରହକୁ ପଠାଯିବ। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତିଶ ଧାୱନ କେନ୍ଦ୍ରରୁ ଜିଏସଏଲଭି ଏଫ-୧୧ ରକେଟ ମାଧ୍ୟମରେ ଏହାକୁ ଉତ୍‌କ୍ଷେପଣ କରାଯିବ।

ତେବେ ଏହି ଉପଗ୍ରହ ଭାରତୀୟ ବାୟୁସେନା ପାଇଁ ଗୁରୁତ୍ଵପୂର୍ଣ୍ଣ ଭୂମିକା ନେବ ବୋଲି କୁହାଯାଉଛି।ଏହି ଉପଗ୍ରହ ବା୍ୟୁସେନାର ବିଭିନ୍ନ ବିମାନ ଘାଟି, ରାଡାର ଷ୍ଟେସନ ଓ ଏୟାରବର୍ଣ୍ଣ ୱର୍ଣ୍ଣିଂ ସିଷ୍ଟମ ସହ ଯୋଗାଯୋଗ କରିବ।  ଏଥିସହ ଏହା ଡ୍ରୋନ ଅପରେସନରେ ମଧ୍ୟ ସାହାଯ୍ୟ କରିବ।

ଏହି ଉପଗ୍ରହକୁ ପ୍ରସ୍ତୁତ କରିବାରେ ପାଖାପାଖି ୫୦୦ରୁ ୮୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

Comment