ଓଡ଼ିଶାଲାଇଭ୍ ବ୍ୟୁରୋ

ଗୁରୁବାରଠାରୁ ଜାମ୍ମୁ କାଶ୍ମୀରରେ ରାଷ୍ଟ୍ରପତି ଶାସନ।

ଜାମ୍ମୁ କାଶ୍ମୀରରେ ଗୁରୁବାରଠାରୁ ରାଷ୍ଟ୍ରପତି ଶାସନ ଲାଗୁ ହେବ। କେନ୍ଦ୍ର କ୍ୟାବିନେଟ ଏହି ପ୍ରସ୍ତାବକୁ ମଞ୍ଜୁରି ଦେଇଛି। ୬ମାସ ପୂର୍ବରୁ ଲାଗୁ ହୋଇଥିବା ରାଜ୍ୟପାଳ ଶାସନ ବୁଧବାର ଶେଷ ହୋଇଥିଲାବେଳେ ଗୁରୁବାର ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହେବ ବୋଲି ସ୍ପଷ୍ଟ ହୋଇଛି।

ଚଳିତ ବର୍ଷ ଜୁନ ମାସରେ ଜାମ୍ମୁ କାଶ୍ମୀରରେ ପଡିପି-ବିଜେପି ମେଣ୍ଟ ସରକାରରୁ ବିଜେପି ଓହରି ଯିବାପରେ ସରକାର ଭାଙ୍ଗିଯାଇଥିଲା। ଏହାପରେ ରାଜ୍ୟରେ ରାଜ୍ୟପାଳ ଶାସନ ଲାଗୁ ହୋଇଥିଲା। ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ନଭେମ୍ବର ୨୧ ତାରିଖରେ ଜାମ୍ମୁ କାଶ୍ମୀର ବିଧାନସଭା ଭାଙ୍ଗିଦେଇଥିଲେ।

ତେବେ ରାଷ୍ଟ୍ରପତି ଶାସନ ୬ ମାସ ପାଇଁ ଲାଗୁ ହେବ। ଏହି ୬ ମାସ ଭିତରେ ରାଜ୍ୟରେ ନିର୍ବାଚନ ଘୋଷଣା ହୋଇପାରେ। ଯଦି ନିର୍ବାଚନ ଘୋଷଣା ନହୁଏ ତେବେ ରାଷ୍ଟ୍ରପତି ଶାସନ ଆଉ ମାସ ୬ ବୃଦ୍ଧି କରାଯିବ।

ଏହାପୂର୍ବରୁ ୧୯୯୦ରୁ ୧୯୯୬ ମସିହା ପର୍ଯ୍ୟନ୍ତ ଜାମ୍ମୁ କାଶ୍ମୀରରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା

LEAVE A REPLY

Please enter your comment!
Please enter your name here