ଓଡ଼ିଶାଲାଇଭ୍ ବ୍ୟୁରୋ
ଶ୍ରୀନଗର-ଜାମ୍ମୁ ନ୍ୟାସନାଲ ହାଇୱେରେ ଆଇଟିବିପି ଯବାନଙ୍କ ବସ୍ ଦୁର୍ଘଟଣାରେ ଜଣେ ଯବାନ ପ୍ରାଣ ହରାଇଛନ୍ତି। ୩୪ ଜଣ ଆହତ ହୋଇଛନ୍ତି।
ଜାମ୍ମୁ କାଶ୍ମୀରରେ ଆଇଟିବିପି (ଇଣ୍ଡୋ ତିବତାନ ବର୍ଡର ପୋଲିସ) ଯବାନଙ୍କ ବସ୍ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ ଯବାନ ପ୍ରାଣ ହରାଇଛନ୍ତି। ୩୪ ଜଣ ଆହତ ହୋଇଛନ୍ତି।
ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ୍ ପହଞ୍ଚି ଯବାନମାନଙ୍କୁ ଉଦ୍ଧାର କରିଛନ୍ତି।
ଆହତ ଯବାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣା ଶ୍ରୀନଗର ଜାମ୍ମୁ ହାଇୱେରେ ଘଟିଛି। ଡ୍ୟୁଟି ସାରି କାଶ୍ମୀରର ବଡଗାମ ଆସୁଥିଲାବେଳେ ଦୁର୍ଘଟଣା ଘଟିଥିଲା। ବସ୍ରେ ମୋଟ ୩୫ ଜଣ ଯବାନ ଥିଲେ।
ଏହାପୂର୍ବରୁ ଚଣ୍ଡିଗଡ଼ ଡେରାଡୁନ ନ୍ୟାସନାଲ ହାଇୱେରେ ଆଇଟିବିପି ଯବାନଙ୍କର ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ୭ଜଣ ଯବାନ ଆହତ ହୋଇଥିଲେ।

















