ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୯ ନିର୍ବାଚନ ପାଇଁ ପାଗ ଭିଡ଼ିଲେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ।

୫ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ବିଜେପିକୁ ଚିନ୍ତାରେ ପକାଇ ଦେଇଛି। ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନରେ ବିଜେପି ହାତରୁ କଂଗ୍ରେସ ଶାସନ ଡୋର ଛଡ଼ାଇ ନେବା ପରେ ବିଜେପି ୨୦୧୯ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି।

୨୦୧୯ ସାଧାରଣ ନିର୍ବାଚନର ତିନି ମାସ ପୂର୍ବରୁ ବିଜେପି ୧୮ ରାଜ୍ୟରେ ପ୍ରଭାରୀ ଏବଂ ସହ-ପ୍ରଭାରୀଙ୍କୁ ଅଦଳ ବଦଳ କରିଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ନୂଆ ପ୍ରଭାରୀ ଏବଂ ସହ-ପ୍ରଭାରୀଙ୍କ ତାଲିକା ପ୍ରକାଶ କରିଛନ୍ତି।

ଗୋବର୍ଦ୍ଧନ ଝଡପଡ଼ିଆ, ଦୁଷ୍ୟନ୍ତ ଗୌତମ, ନରୋତ୍ତମ ମିଶ୍ରାଙ୍କୁ ଉତ୍ତରପ୍ରଦେଶର ଦାୟିତ୍ୱ ଦିଆଯାଇଛି।

ବି ମୁରଲୀଧର ଏବଂ ସୁନିଲ ଦେବଧରଙ୍କୁ ଆନ୍ଧ୍ରପ୍ରଦେଶ ବିଜେପି ଦାୟିତ୍ୱ ଦିଆଯାଇଥିବା ବେଳେ ମହେନ୍ଦ୍ର ସିଂଙ୍କୁ ଆସାମ, ଭୁପେନ୍ଦ୍ର ଯାଦବଙ୍କୁ ବିହାର, ଡକ୍ଟର ଅନିଲ ଜୈନଙ୍କୁ ଛତିଶଗଡ଼, ଓମ ପ୍ରକାଶ ମାଥୁରଙ୍କୁ ଗୁଜରାଟ, ତିରଥ ସିଂହ ରାୱତଙ୍କୁ ହିମାଚଳ ପ୍ରଦେଶ, ମଙ୍ଗଳ ପାଣ୍ଡେୟଙ୍କୁ ଝାଡ଼ଖଣ୍ଡ, ସ୍ୱତନ୍ତ୍ର ଦେବ ସିଂ ଏବଂ ସତିଶ ଉପାଧ୍ୟାୟଙ୍କୁ ମଧ୍ୟପ୍ରଦେଶର ଦାୟିତ୍ୱ ଦିଆଯାଇଛି।

ଓଡ଼ିଶା କ୍ଷେତ୍ରରେ କୌଣସି ଅବଦଳ ବଦଳ କରାଯାଇନି। ଅରୁଣ ସିଂଙ୍କୁ ପ୍ରଭାରୀ ରଖାଯାଇଛି। ସେହିପରି ପଞ୍ଜାବ ଏବଂ ଚଣ୍ଡିଗଡ଼ ପାଇଁ କ୍ୟାପଟେନ ଅଭିମନ୍ୟୁ, ପ୍ରକାଶ ଜାବଡେକର ଏବଂ ସୁଧାଂଶୁ ତ୍ରିବେଦୀଙ୍କୁ ରାଜସ୍ଥାନ, ନୀତିନ ନବୀନଙ୍କୁ ସିକିମ୍, ଅରବିନ୍ଦ ଲିମ୍ବାବଲୀଙ୍କୁ ତେଲେଙ୍ଗାନା, ଥାବରଚାନ୍ଦ ଗେହଲଟଙ୍କୁ ଉତ୍ତରାଖଣ୍ଡ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି।

LEAVE A REPLY

Please enter your comment!
Please enter your name here