ଓଡ଼ିଶାଲାଇଭ୍‌ ବ୍ୟୁରୋ

ପିପିଲି ପୀଡ଼ିତାଙ୍କ ମାମଲାରେ ବିଜେପି ଓ କଂଗ୍ରେସର ହଙ୍ଗାମା ପରେ ମହାରଥୀ କହିଲେ ‘ମୁଁ ନିରୁପାୟ’।

ଶେଷରେ ମୁଣ୍ଡ ନୁଆଁଇଲେ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ। କଂଗ୍ରେସ ଏବଂ ବିଜେପି ମହାରଥୀଙ୍କୁ ଘେରିବା ପରେ ଗୁରୁବାର ସନ୍ଧ୍ୟାରେ ଦୁଃଖ ପ୍ରକାଶ କରିଛନ୍ତି ଏହି ବରିଷ୍ଠ ନେତା।

ମହାରଥୀ କହିଛନ୍ତି, “ପିପିଲି ପୀଡ଼ିତା ମୋ’ ନିର୍ବାଚନମଣ୍ଡଳୀର ଝିଅ। ତାଙ୍କ ପ୍ରତି କଟୁ ମନ୍ତବ୍ୟ ଦେବାର କୌଣସି ଅଭିଳାଷ ମୋର ନଥିଲା। ଦେଇଥିବା ମନ୍ତବ୍ୟ ଯଦି କାହାକୁ ଆଘାତ ଦେଇଛି ସେଥିପାଇଁ ମୁଁ ଦୁଃଖିତ। ବିଜେପି ଏବଂ କଂଗ୍ରେସ ଯେଉଁଭଳି ଆନ୍ଦୋଳନ କରୁଛନ୍ତି ସେଥିରେ ମୁଁ ନିରୁପାୟ।”

ପ୍ରମାଣ ଅଭାବରୁ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଜଜ୍ କୋର୍ଟ ଗତ ୨୪ ତାରିଖରେ ପିପିଲି ଗଣଦୁଷ୍କର୍ମ ଏବଂ ହତ୍ୟାକାଣ୍ଡର ଅଭିଯୁକ୍ତମାନଙ୍କୁ ନିର୍ଦୋଷରେ ଖଲାସ କରିଥିଲେ। ଏଥିରେ ମହାରଥୀ ପ୍ରତିକ୍ରିୟା ଦେଇ କହିଥିଲେ ଯେ ସତ୍ୟର ଜୟ ହେଲା, ପୀଡ଼ିତାଙ୍କୁ ନ୍ୟାୟ ମିଳିଲା।

ଏହି ମନ୍ତବ୍ୟକୁ ନେଇ ବିଜେପି ଏବଂ କଂଗ୍ରେସ ମହାରଥୀଙ୍କୁ ଘେରିଥିଲେ। ମହିଳା କଂଗ୍ରେସ କର୍ମୀ ମହାରଥୀଙ୍କ ବାସଭବନ ଘେରାଉ କରି ଅଣ୍ଡା ଏବଂ ଟମାଟୋ ମାଡ଼ କରିବା ସହ ବିଜେପି ଇସ୍ତଫା ଦାବି କରିଥିଲା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ମହାରଥୀଙ୍କ ମନ୍ତବ୍ୟକୁ ସମାଲୋଚନା କରିଥିଲେ।

LEAVE A REPLY

Please enter your comment!
Please enter your name here