ଓଡ଼ିଶାଲାଇଭ୍ ବ୍ୟୁରୋ

ଭୂଟାନରେ ଖୁବ୍‌ଶୀଘ୍ର ଲାଗୁ ହେବାକୁ ଯାଉଛି ‘ରୂପେ’ କାର୍ଡ। ଭୂଟାନର ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ପ୍ରଧାନମନ୍ତ୍ରୀ ମୋଦି ଏହି ସୂଚନା ଦେଇଛନ୍ତି।

ଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭୂଟାନ ପ୍ରଧାନମନ୍ତ୍ରୀ ଲୋଟେ ଶେରିଙ୍ଗ ସହ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତକାରରେ ଦୁଇ ଦେଶର ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଭୂଟାନର ପଞ୍ଚବାର୍ଷିକ ଯୋଜନା ସମେତ ଅନ୍ୟ ବିଷୟ ଉପରେ ଆଲୋଚନା ହୋଇଛି।

ଏହି ସାକ୍ଷାତକାର ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଭୂଟାନର ପ୍ରଧାନମନ୍ତ୍ରୀ ଆଜି ଏକ ଖୁସି ଖବର ଦେଇଛନ୍ତି। ସେ ଖୁବଶୀଘ୍ର ଭୂଟାନରେ ‘ରୂପେ’ କାର୍ଡ ଲାଗୁ କରିବାକୁ ନିର୍ଣ୍ଣୟ ନେଇଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଭୂଟାନର ବିକାଶରେ ଭାରତ ସର୍ବଦା ଏକ ଭରସାଯୋଗ୍ୟ ବନ୍ଧୁର ଭୂମିକା ଗ୍ରହଣ କରିବ। ଭୂଟାନର ୧୨ତମ ପଞ୍ଚବାର୍ଷିକ ଯୋଜନାରେ ୪୫୦୦ କୋଟି ଟଙ୍କାର ଆର୍ଥିକ ସହାୟତା ଭାରତ ଦେବ। ଏହି ସହାୟତା ଭୂଟାନର ଆର୍ଥିକ ବିକାଶରେ ସହାୟକ ହେବ।

ଗତ ମାସରେ ଭୂଟାନର ପ୍ରଧାନମନ୍ତ୍ରୀ ଦାୟିତ୍ଵ ଶେରିଙ୍ଗ ନେଇଥିଲେ। ସେ ତାଙ୍କର ପ୍ରଥମ ବିଦେଶ ଯାତ୍ରାରେ ଭାରତ ଆସିଛନ୍ତି। ଗୁରୁବାର ଶେରିଙ୍ଗ ୩ ଦିନିଆ ଭାରତଗସ୍ତରେ ଆସିଥିଲେ। ଆଜି ତାଙ୍କ ଗସ୍ତର ଦ୍ଵିତୀୟ ଦିନ।

LEAVE A REPLY

Please enter your comment!
Please enter your name here