ଓଡ଼ିଶାଲାଇଭ୍ ବ୍ୟୁରୋ
ଜାନୁଆରୀରେ ଦୁଇ ଥର ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ବଲାଙ୍ଗିର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜାନୁଆରୀ ୧୬ରେ ମୋଦି ବଲାଙ୍ଗିରରେ ଏକ ବିଶାଳ ଜନସମାବେଶରେ ଉଦବୋଧନ ଦେବେ। ପଶ୍ଚିମ ଓଡ଼ିଶା ଭୋଟରଙ୍କୁ ପ୍ରଭାବିତ କରିବେ।
ଏନେଇ ସୂଚନା ଦେଇଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ।
ନିକଟରେ ଛତିଶଗଡ଼ ବିଧାନସଭା ନିର୍ବାଚନରେ ବିଜେପି ପରାଜିତ ହୋଇଛି। ଛତିଶଗଡ଼ରେ କଂଗ୍ରେସ ବିଜୟ ବାନା ଉଡ଼ାଇଛି। ଛତିଶଗଡ଼ ନିର୍ବାଚନ ପ୍ରଭାବ କାଳେ ପଶ୍ଚିମଓଡ଼ିଶାବାସୀଙ୍କ ଉପରେ ପଡ଼ିବ ସେଥିପାଇଁ ମୋଦି ବଲାଙ୍ଗିର ଆସୁଥିବା ଚର୍ଚ୍ଚା ହେଉଛି।
ଜାନୁଆରୀ ୫ରେ ମୋଦି ବାରିପଦା ମଧ୍ୟ ଆସିବେ। ଏଠାରେ ମୋଦି ବିଶାଳ ଜନସଭାକୁ ଉଦବୋଧନ ଦେବେ। ଜାନୁଆରୀ ମାସରେ ମୋଦି ଦୁଇ ଥର ଓଡ଼ିଶା ଗସ୍ତରେ ଆସୁଛନ୍ତି।
ଗତ ୨୪ ତାରିଖରେ ମୋଦି ଖୋର୍ଦ୍ଧା ଆସିଥିଲେ। ୧୪ ହଜାର ୫୦୦ କୋଟି ଟଙ୍କାର ପ୍ରକଳ୍ପକୁ ଜାତି ଉଦ୍ଦେଶ୍ୟରେ ଲୋକାର୍ପଣ କରିଥିଲେ। ଦଳୀୟ ସମାବେଶରେ ଉଦବୋଧନ ଦେଇ କର୍ମୀମାନଙ୍କୁ ଉତ୍ସାହିତ କରିଥିଲେ।








ଜାନୁଆରୀରେ ଦୁଇ ଥର ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।









