ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ କଟକରେ ତୃଣମୂଳ ସ୍ତରର କର୍ମୀଙ୍କୁ ଦେବେ ଉଦବୋଧନ।

ଜାନୁଆରୀ ୧୮ ତାରିଖରେ କଟକ ଆସିବେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ। ବୁଥ୍‌ ସ୍ତରୀୟ କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ। ୨୦୧୯ ନିର୍ବାଚନ ପୂର୍ବରୁ ପ୍ରତି ବୁଥ୍‌ରେ କେମିତି ସଙ୍ଗଠନ ମଜଭୁତ ହେବ ସେନେଇ ଆଲୋଚନା କରିବେ ବୋଲି ପ୍ରଭାରୀ ଅରୁଣ ସିଂହ ସୂଚନା ଦେଇଛନ୍ତି।

ତେବେ କେଉଁ ସ୍ଥାନରେ ଶାହ ସମ୍ମିଳନୀ କରିବେ ସେନେଇ କୌଣସି ନିଷ୍ପତ୍ତି ହୋଇନାହିଁ।

“ମିଶନ ୧୨୦ର ଲକ୍ଷ୍ୟ ନେଇ ରାଜ୍ୟ ବିଜେପି ଆଗେଇ ଚାଲିଛି। ପୂର୍ବ ଭାରତର ବିକାଶ ଏବଂ ନୂଆ ଓଡ଼ିଶା ଗଠନ ଉପରେ ବିଜେପି ଫୋକସ୍ କରୁଛି। ତୃଣମୂଳ ସ୍ତରର କର୍ମୀ ଏବଂ ବରିଷ୍ଠ ନେତା ଏ ଦିଗରେ କାର୍ଯ୍ୟ କରୁଛନ୍ତି। ଶାସକ ବିଜେଡିକୁ ଗାଦିଚ୍ୟୁତ କରିବା ପାଇଁ ବିଜେପି ଉଦ୍ୟମ ଜାରି ରଖିଛି”, କହିଛନ୍ତି ଅରୁଣ ସିଂହ।

ଜାନୁଆରୀ ୫ ଏବଂ ୧୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସୁଛନ୍ତି। ୫ ତାରିଖରେ ମୋଦି ବାରିପଦାରେ ଏବଂ ୧୬ରେ ବଲାଙ୍ଗିରରେ ସମାବେଶ କରିବେ। ମୋଦିଙ୍କ ଗସ୍ତକୁ ନେଇ ରାଜ୍ୟ ରାଜନୀତି ପୂରା ସର୍‌ଗରମ୍ ରହିଥିବା ବେଳେ ଅମିତ ଶାହଙ୍କ କଟକ ଗସ୍ତ ବିଜେପି କର୍ମୀଙ୍କୁ ଉତ୍ସାହିତ କରିଛି।

Comment