ଓଡ଼ିଶାଲାଇଭ୍‌ ବ୍ୟୁରୋ

Supreme court of India SC allows women entry to sabarimala_temple

ଏଣିକି ଲିଭ ଇନ ରିଲେସନସିପରେ ରହୁଥିବା ମହିଳା ଓ ପୁରୁଷଙ୍କ ମଧ୍ୟରେ ସହମତିରେ ହୋଇଥିବା ଯୌନ ସମ୍ପର୍କକୁ ଦୁଷ୍କର୍ମ କୁହାଯିବ ନାହିଁ। ଗୁରୁବାର ସୁପ୍ରିମକୋର୍ଟ ଏହି ରାୟ ଶୁଣାଇଛନ୍ତି। ଯଦି ଯୁବକ ଯୁବତୀଙ୍କୁ ବିବାହ କରିବା ପାଇଁ ସକ୍ଷମ ନୁହନ୍ତି ତେବେ ମଧ୍ୟ ତାହା ଦୁଷ୍କର୍ମରେ ଗଣା ଯିବ ନାହିଁ।

ନିକଟରେ ମହାରାଷ୍ଟ୍ରର ଏକ ଡାକ୍ତରଙ୍କ ବିରୋଧରେ ଜଣେ ବିଧବା ନର୍ସ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ଉଭୟ ଲିଭ ଇନ ରିଲେସନସିପରେ ରହୁଥିଲେ। ସୁପ୍ରିମକୋର୍ଟ ଆବେଦନକୁ ଖାରଜ କରି ଏହି ରାୟ ଦେଇଛନ୍ତି। ଅଭିଯୁକ୍ତ ଡାକ୍ତରଙ୍କ ଏଥିରେ କୌଣସି ମନ୍ଦ ଉଦ୍ଦେଶ୍ୟ ନଥିଲା ବୋଲି ପ୍ରମାଣିତ ହୋଇଥିଲା।

ଜଷ୍ଟିସ ଏ କେ ସିକ୍ରି ଓ ଏସ୍ ଅବଦୁଲ ନଜିରଙ୍କ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି। ଏହା ଏକ ସମ୍ବେଦନଶୀଳ ମାମଲା ଥିଲା। ତେଣୁ ଆଗାମୀ ଭବିଷ୍ୟତରେ ଏପରି ମାମଲାର ଶୁଣାଣି ସଠିକ ତଦନ୍ତ ଓ ସତର୍କତା ସହିତ କରିବା ପାଇଁ ଖଣ୍ଡପୀଠ କହିଛନ୍ତି।

ସୁପ୍ରିମକୋର୍ଟ ଏହି ପରିପେକ୍ଷରେ ସମ୍ପୂର୍ଣ୍ଣ ରୂପେ କ୍ଲିନ୍‌ ଚିଟ ଦେଇନାହାନ୍ତି। ଲିଭ ଇନ ରିଲେସନସିପରେ ରହି ଉଭୟଙ୍କ ସହମତିରେ ହେଉଥିବା ଯୌନ ସମ୍ପର୍କ ଦୁଷ୍କର୍ମ କୁହାଯିବ ନାହିଁ। କିନ୍ତୁ ଯୁବକ ଯଦି ନିଜ ଯୌନ ଲାଳଶାକୁ ପୂରଣ କରିବା ପାଇଁ ଯୁବତୀଙ୍କୁ ପ୍ରଲୋଭିତ କରି ଯୌନ ସମ୍ପର୍କ ରଖେ, ତେବେ ଏହାକୁ ଦୁଷ୍କର୍ମ ମାମଲା ଭାବେ ଗ୍ରହଣ କରାଯିବ ବୋଲି ଖଣ୍ଡପୀଠ ରାୟ ଶୁଣାଇଛନ୍ତି।

LEAVE A REPLY

Please enter your comment!
Please enter your name here