ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡର ସୋନୁ କୁହାଯାଉଥିବା କାର୍ତ୍ତିକ ଆର୍ଯ୍ୟନ ଓ କ୍ରିତି ସାନନ୍‌ଙ୍କ ମୋଷ୍ଟ ଆୱେଟେଡ ଫିଲ୍ମ ଲୁକା ଛୁପି ଶୁକ୍ରବାର ରିଲିଜ୍‌ ହୋଇଛି। ଦର୍ଶକଙ୍କୁ ଏହି ଫିଲ୍ମର ଅନେକ ଦିନରୁ ଅପେକ୍ଷା ଥିଲା।

ଲକ୍ଷ୍ମଣ ଉତେକରଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମ ଲୁକା ଛୁପି। ଏହି ଫିଲ୍ମଟି ଲିଭ୍‌ ଇନ୍‌ ରିଲେସନସିପ୍‌ ଉପରେ ଆଧାରିତ । ଯେଉଁଥିରେ ଗୋଟିଏ କପୁଲ୍‌ଙ୍କ ଲଭଷ୍ଟୋରୀକୁ ଅତି ସୁନ୍ଦର ଭାବେ ଦେଖିବାକୁ ମିଳିଛି।

ଫିଲ୍ମରେ କାର୍ତ୍ତିକ (ଗୁଡ୍ଡୁ) ଓ କ୍ରିତି (ରଶ୍ମୀ) ଚରିତ୍ରରେ ଅଭିନୟ କରିଛନ୍ତି। ସେମାନେ ପରସ୍ପରକୁ ଭଲ ପାଉଛନ୍ତି। ମାତ୍ର ଦୁଇଜଣଙ୍କ ଚିନ୍ତାଧାରାରେ ଅନେକ ଫରକ ରହିଛି। ଗଡ୍ଡୁର ଚିନ୍ତାଧାରା କି ଯଦି ଭଲପାଉଛେ ତେବେ ବିବାହ କରିବାରେ କୌଣସି ଅସୁବିଧା ନାହିଁ, କାରଣ ବିବାହ ପରେ ଭଲପାଇବା ଆହୁରି ମଜଭୂତ ହୋଇଥାଏ। ମାତ୍ର ରଶ୍ମୀର ଚିନ୍ତାଧାର ପୂରା ଅଲଗା। ରଶ୍ମୀର ଚିନ୍ତାଧାରା ଭଲପାଇବା ତା ଯାଗାରେ, ମାତ୍ର ଲିଭ୍‌ ଇନ୍‌ ରିଲେସନସିପ୍‌ରେ ରହିବା ପରେ ଜଣାପଡ଼ିଥାଏ କି ଏକାଠି ରହିପାରିବେ କି ନାହିଁ।

ଫିଲ୍ମର କାହାଣୀ ମଥୁରାରୁ ଆରମ୍ଭ ହୋଇ ଗ୍ୱାଲିୟରରେ ପର୍ଯ୍ୟନ୍ତ ପହଞ୍ଚି। ଗଡ୍ଡୁ ମଥୁରାର ଏକ ନ୍ୟୁଜ୍‌ ଚ୍ୟାନେଲରେ କାମ କରିଥାନ୍ତି। ରଶ୍ମୀ ସେହି ଅଞ୍ଚଳର ଜଣେ ରାଜନେତାଙ୍କ ଝିଅ। ରଶ୍ମୀ ମଧ୍ୟ ସାମ୍ବାଦିକତା ପାଠ ପଢ଼ିଛନ୍ତି। ଗଡ୍ଡୁଙ୍କ ଚ୍ୟାନେଲକୁ ରଶ୍ମୀ ଆସିଛନ୍ତି ଇଣ୍ଟନସିପ୍‌ ଲାଗି। ପରେ ସେଠାରେ ଗଡ୍ଡୁ ଓ ରଶ୍ମୀଙ୍କ ମଧ୍ୟରେ ଭଲ ପାଇବା ଆରମ୍ଭ ହେଉଛି। ଯାହାପରେ କଥା ବିବାହ ଯାଏଁ ଯାଇଛି। ପରେ ଷ୍ଟୋରୀ ଆଗକୁ ବଢ଼ିଛି। ଫିଲ୍ମକୁ ଦର୍ଶକ ଅନେକ ପସନ୍ଦ କରିଛନ୍ତି। ବିଶେଷକରି ଯୁବପିଢି ଏହାକୁ ଅଧିକ ପସନ୍ଦ କରୁଛନ୍ତି। ଏହାସହ ଫିଲ୍ମ ରିଲିଜ୍‌ ପୂର୍ବରୁ ଏହାର ସବୁ ଗୀତ ହିଟ୍‌ ହୋଇସାରିଛି।

Comment