ଓଡ଼ିଶାଲାଇଭ୍ ବ୍ୟୁରୋ

ଖୁବ୍ ଶୀଘ୍ର ବଲିଉଡ ଏଣ୍ଟ୍ରି କରିବାକୁ ଯାଉଛନ୍ତି ଶ୍ରୀଦେବୀଙ୍କ ସାନଝିଅ ଖୁସି କପୁର। କେବଳ ଖୁସି ନୁହନ୍ତି ଆଉ ଜଣେ କପୁର କନ୍ୟା ମଧ୍ୟ ଫିଲ୍ମ ଦୁନିଆରେ ନିଜ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି।

ବଲିଉଡ ଫିଲ୍ମ ଦୁନିଆରେ ନିଜର ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି ଶ୍ରୀଦେବୀଙ୍କ ସାନ ଝିଅ ଖୁସି କପୁର। ପୂର୍ବରୁ ବଡ଼ ଝିଅ ଜାହ୍ମବୀ କପୁର ବଲିଉଡ ଏଣ୍ଟ୍ରି କରି ଅନେକ ଫିଲ୍ମରେ ସଫଳ ହୋଇସାରିଛନ୍ତି। ଏବେ ଷ୍ଟାର ପରିବାରର ଅନ୍ୟତମ ସଦସ୍ୟ ପାଦ ରଖିବେ ବଲିଉଡରେ। ଏ ନେଇ ସୂଚନା ଦେଇଛନ୍ତି ବଲିଉଡ ଅଭିନେତା ଅର୍ଜୁନ କପୁର। ଅର୍ଜୁନ କପୁର ହେଉଛନ୍ତି ଖୁସି କପୁରଙ୍କ ଭାଇ। 

ଖୁସି କପୁର, ଶାହରୁଖ ଖାନଙ୍କ ଝିଅ ସୁହାନା ଖାନ ଏବଂ ଅମିତାଭ ବଚ୍ଚନଙ୍କ ନାତି ଅଗସ୍ତ୍ୟ ନନ୍ଦାଙ୍କ ସହ ଜୋୟା ଅଖତରଙ୍କ ଫିଲ୍ମରେ ନଜର ଆସିବେ। ଏହି ଫିଲ୍ମଟିର ନାଁ ରହିଛି ‘ଦ ଆର୍ଚିଜ’। କିଛି ଦିନ ପୂର୍ବରୁ ଜୋୟା ଅଖତର ସମସ୍ତ ନୂଆ କଳାକାରଙ୍କୁ ପ୍ରଶାଂସକମାନଙ୍କ ସହ ପରିଚିତ କରାଇଥିଲେ।

ବଲିଉଡ ଏଣ୍ଟ୍ରି ପୂର୍ବରୁ ଖୁସିଙ୍କୁ ପରାମର୍ଶ ଦେଲେ ଅର୍ଜୁନ

ଖୁସି କପୁରଙ୍କୁ ବଲିଉଡ ଏଣ୍ଟ୍ରି ପୂର୍ବରୁ ପରାମର୍ଶ ଦେଇଛନ୍ତି ଭାଇ ଅର୍ଜୁନ କପୁର। ଭଉଣୀ ଖୁସି ଏବଂ ସମ୍ପର୍କୀୟ ଭଉଣୀ ସନାୟା କପୁରଙ୍କୁ ଅଭିନୟ ଜଗତର ଅନୁଭୂତି ଏବଂ ଅଭିଜ୍ଞତାକୁ ନେଇ ପରାମର୍ଶ ଦେଇଛନ୍ତି ଅର୍ଜୁନ। ସେ କହିଛନ୍ତି, “ସମସ୍ତଙ୍କ କଥା ଶୁଣିବ, କିନ୍ତୁ ନିଜ ଜିସାବରେ କାମ କରିବ”। ଏହି ପରାମର୍ଶ ଅର୍ଜୁନ କପୁର ପୂର୍ବରୁ ଖୁସିଙ୍କ ବଡ଼ ଉଭଣୀ ଜାହ୍ନବୀ କପୁରଙ୍କୁ ମଧ୍ୟ ଦେଇଛନ୍ତି।

ଆଉ ଜଣେ କପୁର ଲଳନା କରିବେ ବଲିଉଡ ଏଣ୍ଟ୍ରି

ଖୁସିଙ୍କ ସହ ବଲିଉଡ ଏଣ୍ଟ୍ରି କରିବେ ଅଭିନେତା ତଥା ଅର୍ଜୁନ କପୁରଙ୍କ ସାନ ଦାଦା ସଞ୍ଜୟ କପୁରଙ୍କ ଝିଅ ସନାୟା କପୁର। ସନାୟା ମଧ୍ୟ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ସନାୟା କରଣ ଜୋହାରଙ୍କ ଫିଲ୍ମ ‘ବେଧଡକ’ରେ ନଜର ଆସିବେ। ଏହି ଫିଲ୍ମରେ ସନାୟାଙ୍କ ସହ ଅଭିନେତା ଗୁରଫତେହ ପୀରଜାଦା ଏବଂ ଲକ୍ଷ୍ୟ ଲାଲବାନୀ ଅଭିନୟ କରିବେ। ଏହା ପୂର୍ବରୁ ସନାୟା ବଲିଉଡ ଫିଲ୍ମ ‘ଗୁଞ୍ଜନ ସକ୍ସେନା: ଦ କାର୍ଗିଲ ଗାର୍ଲ’ରେ ସହ ନିର୍ଦ୍ଦେଶକ ଭାବେ କାମ କରିସାରିଛନ୍ତି। ଏଥର ଅଭିନୟ କରିବେ ସନାୟା। ଏବେ ଦୁଇ ଦୁଇ ଜଣ କପୁର ପରିବାର କନ୍ୟା ବଲିଉଡରେ ନିଜ ନିଜର ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି।

Tags: #Bollywood #Cinema #BollywoodDebut #KhushiKapoor #SamayaKapoor

LEAVE A REPLY

Please enter your comment!
Please enter your name here