ଓଡ଼ିଶାଲାଇଭ୍ ବ୍ୟୁରୋ

(ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ): ସାଉଥ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ଏବଂ ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଅଭିନୀତ ଫିଲ୍ମ ‘ଲାଇଗର’ ଫ୍ଲପ ସାବ୍ୟସ୍ତ ହୋଇଛି। ଫିଲ୍ମକୁ ନେଇ ଦର୍ଶକ ଅନେକ ଆଶା ରଖିଥିବାବେଳେ ଏହା ବକ୍ସ ଅଫିସରେ ଭଲ ବ୍ୟବସାୟ କରିପାରି ନାହିଁ। ଫିଲ୍ମଟି ଫ୍ଲପ ହେବା ପରେ ବିଜୟ ଦେବରକୋଣ୍ଡା ତାଙ୍କ ପାରିଶ୍ରମିକରୁ ୬ କୋଟି ଟଙ୍କା ଫିଲ୍ମର ପ୍ରଯୋଜକଙ୍କୁ ଫେରସ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯେଉଁ ବିତରକମାନେ ଏହି ଫିଲ୍ମ ଯୋଗୁଁ କ୍ଷତି ସହିଛନ୍ତି ସେମାନଙ୍କୁ ନିର୍ଦ୍ଦେଶକ-ନିର୍ମାତା ପୁରୀ ଜଗନ୍ନାଥ ଖୁବ୍ ଶୀଘ୍ର ଭେଟିବେ ବୋଲି ଜଣାପଡ଼ିଛି।

ଏହା ପୂର୍ବରୁ ଲାଲ୍ ସିଂହ ଚଢ଼ାର ବିଫଳତା ପରେ ପାରିଶ୍ରମିକ ନେବାକୁ ମନା କରିଦେଇଥିଲେ ବଲିଉଡ ଅଭିନେତା ଅମୀର ଖାନ। ଅମୀର ଖାନ ଏହି ଫିଲ୍ମଟି ପାଇଁ ପାରିଶ୍ରମିକ ନେଇଥିଲେ ଭାୟାକମ୍ ୧୮ ଷ୍ଟୁଡିଓକୁ ପ୍ରାୟ ୧୦୦ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଥାନ୍ତା ବୋଲି କୁହାଯାଉଛି। ଏବେ ଅମୀର ଖାନଙ୍କ ପଥରେ ଚାଲିଛନ୍ତି ବିଜୟ ଦେବରକୋଣ୍ଡା।

Tags: #Film #BollywoodFilm #SouthCinema #Liger #VijayDevarakonda

Comment