ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ସାଉଥ୍‌ ସୁପରଷ୍ଟାର ବିଜୟ ଦେବରାକୋଣ୍ଡା ବଲିଉଡରେ ଡେବ୍ୟୁ କରିଛନ୍ତି। ତାଙ୍କର ଡେବ୍ୟୁ ଫିଲ୍ମ ‘ଲାଇଗର’ ଅଗଷ୍ଟ ୨୫ ତାରିଖରେ ରିଲିଜ ହେବାକୁ ଯାଉଛି। ଫିଲ୍ମରେ ବିଜୟଙ୍କ ନୂଆ ଲୁକ୍‌ ସାଙ୍ଗକୁ ଜବରଦସ୍ତ ଆକ୍ସନ ଡ୍ରାମା ଦେଖି ଦର୍ଶକ ଦିଓ୍ୱାନା ହୋଇଛନ୍ତି।

ବଲିଉଡର ଜଣାଶୁଣା ପ୍ରଯୋଜକ କରଣ ଜୋହରଙ୍କ ଧର୍ମା ପ୍ରଡକ୍ସନ ବ୍ୟାନରରେ ଫିଲ୍ମ ‘ଲାଇଗର’ ନିର୍ମିତ ହୋଇଛିା ବିଜୟ ଦେବରକୋଣ୍ଡାଙ୍କ ଅଭିନୀତ ଏହି ଫିଲ୍ମରେ ତାଙ୍କ ଅପୋଜିଟ୍‌ରେ ନଜର ଆସିବେ ବଲିଉଡର ଚୁଲବୁଲି ନାୟିକା ଅନନ୍ୟା ପାଣ୍ଡେ। ଫିଲ୍ମର ପ୍ରଥମ ଝଲକ ଦେଖି ଫ୍ୟାନ୍ସଙ୍କ ମଧ୍ୟରେ ଉତ୍କଣ୍ଠା ବଢିଯାଇଛି।

ଫିଲ୍ମ ‘ଲାଇଗର’ରେ ବକ୍ସିଂ ଚାମ୍ପିଅନ ମାଇକ ଟାଇସନ ପ୍ରମୁଖ ଭୂମିକାରେ ନଜର ଆସିବେ। ଯାହାର ଫଟୋ ବିଜୟ ଏବଂ ଅନନ୍ୟା ସୋସିଆଲ ମିଡିଆରେ ସେୟାର କରିଥିଲେ। ଯେଉଁଥିରେ ସେ ସମସ୍ତଙ୍କ ସହିତ ମସ୍ତି କରୁଥିବାର ନଜର ଆସିଛନ୍ତି। ମାଇକ୍‌ ଟାଇସନ ପ୍ରଥମ ଥର ପାଇଁ ବଲିଉଡ ଫିଲ୍ମରେ ନଜର ଆସିବେ। ସେଥିପାଇଁ ଦର୍ଶକଙ୍କ ମହଲରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଛି।

‘ଲାଇଗର’ ଫିଲ୍ମରେ ପୁରୀ ଜଗନ୍ନାଧ ନିର୍ଦ୍ଦେଶନା ଦେଇଛନ୍ତି। ଫିଲ୍ମରେ ତାଙ୍କ ସହିତ ବିଶୁ ରେଡୀ, ଅଲ୍ଲୀ, ମକରନ୍ଦ ଦେଶ ପାଣ୍ଡେ ପ୍ରମୁଖ ନଜର ଆସିବେ। ଏଥିରେ ବିଜୟଙ୍କ ମା’ଙ୍କ ଭୂମିକାରେ ନଜର ଆସିବେ ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ରମ୍ୟା କୃଷ୍ଣନ। ଫିଲ୍ମଟି ହିନ୍ଦୀ, ତେଲୁଗୁ, ତାମିଲ, ମାଲାୟଲମ ଏବଂ କନ୍ନଡ ଭାଷାରେ ରିଲିଜ ହେବ।

Comment