ଓଡ଼ିଶାଲାଇଭ୍‌ ବ୍ୟୁରୋ

କାର୍ତ୍ତିକ ଆର୍ଯ୍ୟନ, ଭୂମି ପଡେନକର ଏବଂ ଅନନ୍ୟା ପାଣ୍ଡେଙ୍କ ଅଭିନୀତ ରୋମାଣ୍ଟିକ କମେଡି ଫିଲ୍ମ ‘‘ପତି, ପତ୍ନୀ ଅର ଓ୍ୱ’’ର ଟ୍ରେଲର ରିଲିଜ ହୋଇଛି।

ଏକ୍ସଟ୍ରା ମ୍ୟାରିଟାଲ ଆଫେୟାର ଉପରେ ଅଧାରିତ ଏହି ଫିଲ୍ମର ଟ୍ରେଲର ରିଲିଜ ହେବା ସଙ୍ଗେ ସଙ୍ଗେ ସୋସିଆଲ ମିଡିଆରେ ଛାଇ ଯାଇଛି। ୧୯୭୮ରେ ରିଲିଜ ହୋଇଥିବା ସଞ୍ଜୀବ କପୁର, ବିଦ୍ୟା ସିହ୍ନା ଓ ରଞ୍ଜତା କୌରଙ୍କ ଅଭିନୀତ ଫିଲ୍ମ ପତି, ପତ୍ନୀ ଅର ଓ୍ୱୋ’ର ଏହା ରିମେକ।

ମଦୁସର ଅଜିଜଙ୍କ ନିର୍ଦ୍ଦେଶରେ ନିର୍ମିତ ଏହି ଫିଲ୍ମର ଟ୍ରେଲର ରିଲିଜ ପରେ ସୋସିଆଲ ମିଡିଆରେ ଏହାକୁ ନେଗେଟିଭ୍‌ ରେସପନ୍ସ ଅଧିକ ମିଳୁଛି। ଫିଲ୍ମରେ କାହାଣୀ କିଛି ନୂଆ ନୁହେଁ ବୋଲି ଅଧିକାଂଶ କହିଛନ୍ତି। ଏମିତିକି ଫିଲ୍ମ ଫ୍ଲପ୍‌ ହେବ ବୋଲି ମଧ୍ୟ ଘୋଷଣା କରିଛନ୍ତି।

ଫିଲ୍ମଟି ୬ ଡିସେମ୍ବରରେ ରିଲିଜ ହେବ। ଏଥିରେ କାର୍ତ୍ତିକ ଚିଣ୍ଟୁ ତ୍ୟାଗୀ ଭୂମିକାରେ ନଜର ଆସିବେ। ଭୂମି କାର୍ତ୍ତିକଙ୍କ ପତ୍ନୀ ଭୂମିକାରେ ଥିଲା ବେଳେ ଅନନ୍ୟା ତାଙ୍କ ପ୍ରେମିକା ଭାବେ ନଜର ଆସିବେ।

Comment