ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

କରୋନା ମହାମାରୀ ଯୋଗୁଁ କିଛି ଦିନର ବ୍ୟବଧାନ ପରେ ଏକ ନୂଆ ରୂପରେ ପରଦାକୁ ଫେରୁଛନ୍ତି ଅଭିନେତ୍ରୀ ଭୂମି ପେଡେନକର। ତାଙ୍କର ଆଗାମୀ ଫିଲ୍ମ ‘ଦୁର୍ଗାମତୀ’ରେ ତାଙ୍କୁ ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ପାଇବେ ଦର୍ଶକ। ବୁଧବାର ଏହି ଫିଲ୍ମର ଟ୍ରେଲର ହୋଇଛି। ୩ ମିନିଟର ଏହି ଟ୍ରେଲରରେ ଫିଲ୍ମଟି ଏକ ହରର୍‌ ଫିଲ୍ମ ବୋଲି ଜଣାପଡ଼ୁଛି। ଟ୍ରେଲରରେ ତାଙ୍କ ସହ ଅର୍ଶଦ ୱାର୍ସି ମଧ୍ୟ ନଜର ଆସିଛନ୍ତି। ଫିଲ୍ମରେ ଅର୍ଶଦଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।

ଫିଲ୍ମରେ ଭୂମି ଜଣେ ଅପରାଧୀ ଚଞ୍ଚଲ ଚୌହାନଙ୍କ ଚରିତ୍ରରେ ଅଭିନୟ କରିଛନ୍ତି, ଯାହାଙ୍କୁ ପୋଲିସ ପଚରାଉଚରା କରିବା ପାଇଁ ‘ଦୁର୍ଗାମତୀ’ ହାବେଳି ନେଇ ଯାଉଛନ୍ତି। ସେଠାରେ ଭୂମିଙ୍କର ଆଉ ଏକ ରୂପ ଦେଖିବାକୁ ପାଇଛି ପୋଲିସ। ଏହାପରେ ଫିଲ୍ମର କାହାଣୀ ଆଗକୁ ବଢ଼ୁଛି।

ସେହିପରି ଫିଲ୍ମରେ ଅର୍ଶଦ ଜଣେ ରାଜନେତାଙ୍କ ଭୂମିକା ନିଭାଇଛନ୍ତି। ଟ୍ରେଲରରେ ତା’ର କିଛିଟା ଝଲକ ଦେଖିବାକୁ ମିଳିଛି। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଜି ଅଶୋକ। ଏହାର ପ୍ରଜୋଜନା ଦାୟିତ୍ୱରେ ଅକ୍ଷୟ କୁମାର ଓ ଭୂଷଣ କୁମାର ରହିଛି। ଫିଲ୍ମଟି ଡିସେମ୍ବର ୧୧ରେ ରିଲିଜ ହେବାର ଅଛି।

Comment