ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ପୁଣି କରୋନା ଭୟ
  • ଚତୁର୍ଥ ଲହର ଆଶଙ୍କା
  • କଟକଣା କଡ଼ାକଡ଼ି କଲେ ସରକାର

କିଛି ଦିନର ବ୍ୟବଧାନ ପରେ ପୁଣି ଡରାଇଲାଣି କରୋନା ସଂକ୍ରମଣ। କାରଣ ଓଡ଼ିଶାରେ ପୁଣି ମୁଣ୍ଡ ଟେକିଛି ସଂକ୍ରମଣ। ତେଣୁ ଏହି ବଢ଼ୁଥିବା ସଂକ୍ରମଣ ଆଉ ଚତୁର୍ଥ ଲହର ନୁହେଁ ତ? ପୁଣି ପୂର୍ବ ଭଳି ଆତଙ୍କ ଖେଳାଇବନି ତ? ଏଭଳି ଆଶଙ୍କା ଏବେ ପୁଣି ଥରେ ଜନସାଧାରଣଙ୍କୁ ଚିନ୍ତାରେ ପକାଇଛି।

ରାଜ୍ୟରେ ୨୪ ଘଣ୍ଟାରେ ପୁଣି ୩୩୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥିରୁ ଲୋକାଲ କେସ୍‌ ୧୩୯ ହୋଇଥିବା ବେଳେ କ୍ୱାରେଣ୍ଟାଇନରୁ ୧୯୫ ଲୋକ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଦ୍ୟରେ ୧୮ ବର୍ଷରୁ କମ ବର୍ଗର ୫୩ ଜଣ ଅଛନ୍ତି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୮୭, କଟକ ୭୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଏବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨, ୯୧, ୧୧୭କୁ ବୃଦ୍ଧି ଘଟିଛି। ସେଥିମଧ୍ୟରୁ ୧୬୯୫ ଆକ୍ଟିଭ କେସ୍‌ ଥିବା ବେଳେ ୧୨, ୮୦, ୨୪୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ରାଜ୍ୟରେ ଦ୍ରୁତଗତିରେ କୋଭିଡ ସଂକ୍ରମଣ ବଢ଼ୁଥିବା ଦେଖି ରାଜ୍ୟ ସରକାର ପୁଣିଥରେ କଟକଣାକୁ କଡ଼ାକଡ଼ି କରିଛନ୍ତି। ତେଣୁ ସର୍ବଦା ମାସ୍କ ପିନ୍ଧନ୍ତୁ, ହାତକୁ ବାରମ୍ବାର ଭଲ ଭାବରେ ସାବୁନରେ ଧୁଅନ୍ତୁ, ଜନଗହଳିଠାରୁ ଯଥା ସମ୍ଭବ ଦୂରେଇ ରୁହନ୍ତୁ, ସମସ୍ତ ଯୋଗ୍ୟ ବ୍ୟକ୍ତି କୋଭିଡ ଟିକାର ଆବଶ୍ୟକ ମାତ୍ର ନିଷ୍ଚୟ ନିଅନ୍ତୁ ବୋଲି ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଛି।

ସେହିପରି ଜ୍ୱର, ସର୍ଦ୍ଦି,ଥଣ୍ଡା, କାଶ କିମ୍ବା ଫ୍ଲୁ ଭଳି ଲକ୍ଷଣ ଥିଲେ ତୁରନ୍ତ କୋଭିଡ୍‌ ପରୀକ୍ଷା କରାଇ ଗୃହ ପୃଥକାବାସରେ ରୁହନ୍ତୁ। ବୟସ୍କ ବ୍ୟକ୍ତି, ଛୋଟପିଲା ଓ ଅଣସଂକ୍ରାମକ ରୋଗରେ ପୀଡ଼ିତ ବ୍ୟକ୍ତି ବିଶେଷ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି।

Comment