ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୧୧ ହଜାର ୮୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୧ ହଜାର ୬୧ ଜଣ ରହିଛନ୍ତି। ସଂଘରୋଧ କେନ୍ଦ୍ରରୁ ୬ ହଜାର ୪୩୧ ଜଣ ରହିଥିବା ବେଳେ ଲୋକାଲ କଣ୍ଟାକ୍ଟ ରହିଛି ୪ ହଜାର ୬୫୫ଟି। ଚିହ୍ନଟଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ ୩ ହଜାର ୪୬୯ ଜଣ ନୂଆ ଆକ୍ରାନ୍ତ ରହିଛନ୍ତି। ଖୋର୍ଦ୍ଧା ପରେ ରହିଛି ସୁନ୍ଦରଗଡ଼ ୧ ହଜାର ୪୧୬ ଜଣ ନୂଆ କରୋନା ଆକ୍ରାନ୍ତ। କଟକରୁ ୭୬୬ ଜଣ ଓ ଷ୍ଟେଟପୁଲରୁ ୭୫୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ମୟୁରଭଞ୍ଜରୁ ୩୯୩ ଜଣ, ସମ୍ବଲପୁରରୁ ୩୦୨, ଯାଜପୁରର ୨୭୫, ଜଗତସିଂହପୁରରୁ ୨୭୩, କଳାହାଣ୍ଡି ୨୫୩, କେନ୍ଦୁଝର ୨୨୩, କୋରାପୁଟ ୧୯୬, ପୁରୀ ୮୮ ଜଣ, ରାୟଗଡ଼ା ୧୮୭, ଢେଙ୍କାନାଳ ୧୫୭, ସୋନପୁର ୧୫୩, ନୟାଗଡ଼ ୧୪୯, ନବରଙ୍ଗପୁର ୧୩୭, ଝାରସୁଗୁଡାର ୧୩୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହ ଗଞ୍ଜାମର ୧୧୬ ଜଣ, ନୂଆପଡ଼ା ୧୦୪ ଜଣ, ଗଜପତି ୯୩, କେନ୍ଦ୍ରାପଡ଼ାର ୮୫ ଜଣ, ବୌଦ୍ଦର ୮୩ ଜଣ, ମାଲକାନଗିରିରୁ ୫୪, ଦେଓଗଡ଼ରୁ ୫୩, କନ୍ଧମାଳରୁ ୫୧ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୮ ହଜାର ୯୧୪ଟି ସକ୍ରିୟ ମାମଲା ରହିଛି। ମୋଟ କୋରାନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୫୫ ହଜାର ୪୮୭ରେ ପହଞ୍ଚିଛି। ମୋଟ ୧୦ ଲକ୍ଷ ୬୬ ହଜାର ୩୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Comment