ଓଡ଼ିଶାଲାଇଭ୍ ବ୍ୟୁରୋcovid testing centers-2

  • କରୋନା ପଜିଚିଭ୍‌ଙ୍କ କଣ୍ଟାକ୍ଟରେ ଆସିଥାଇ ଯଦି ଲକ୍ଷଣ ନାହିଁ ଟେଷ୍ଟ ଦରକାର ନାହିଁ
  • ରାଜ୍ୟରେ ୨ ପ୍ରତିଶତରୁ କମ୍ ଆକ୍ରାନ୍ତ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି
  • ଭାଇରାଲ ଫ୍ଲୁ ପାଇଁ ଆଣ୍ଟିବାୟୋଟିକ୍ ସେବନ ଦରକାର ନାହିଁ

ରାଜ୍ୟରେ କରୋନାର ତୃତୀୟ ଲହର ପ୍ରଭାବରେ ହୁ ହୁ ହୋଇ ସଂକ୍ରମଣ ବଢ଼ି ଚାଲିଛି। ଲଗାତାର କିଛିଦିନ ହେଲା ଦୈନିକ ସଂକ୍ରମଣ ୧୦ ହଜାର ପାର୍ କରୁଛି। ତେବେ ଯେଉଁମାନଙ୍କ ପାଖରେ କୌଣସି ଲକ୍ଷଣ ନଥିବ, ସେମାନଙ୍କୁ କରୋନା ପରୀକ୍ଷା କରାଇବାର ଆବଶ୍ୟକ ନାହିଁ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର।ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଯେ, “ତୃତୀୟ ଲହରରେ ରାଜ୍ୟରେ ଏବେ ସୁଦ୍ଧା ୬୧ ହଜାର ପଜିଟିଭ୍‌ଙ୍କ ମଧ୍ୟରୁ ୧୧ ଶହ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ରାଜ୍ୟରେ ହସ୍ପିଟାଲାଇଜେସନ ୨ ପ୍ରିତିଶତରୁ କମ୍ ରହିଛି। ସେହିପରି ୩୫୦ରୁ ୩୬୦ ଜଣ ଆକ୍ରାନ୍ତ ଗୁରୁତର ହୋଇ ଆଇସିୟୁରେ ଅଛନ୍ତି। ତେଣୁ ଯେଉଁମାନେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି ଏବଂ ଯଦି ସେମାନଙ୍କ ପାଖରେ କୌଣସି ଲକ୍ଷଣ ନାହିଁ ତେବେ ଟେଷ୍ଟିଂର ବି ଆବଶ୍ୟକତା ନାହିଁ।“

ଏନେଇ ସବୁ ଜିଲ୍ଲାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜଣାଇ ଦିଆଯାଇଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।coldସେ ଆହୁରି ମଧ୍ୟ କହିଛନ୍ତି ଯେ, ଭାଇରାଲ ଫ୍ଲୁ ପାଇଁ ଆଣ୍ଟିବାୟୋଟିକ୍ ଦରକାର ନାହିଁ। ତେଣୁ ଯାହାର ଲକ୍ଷଣ ନାହିଁ ସେମାନଙ୍କୁ କିଛି ମେଡିସିନ ଦିଅଯାଉନି। ଲକ୍ଷଣ ଦେଖାଦେଲେ ହିଁ ମେଡିସିନ ଦିଆଯାଉଛି। ତେଣୁ ଅନାବଶ୍ୟକ ଭାବେ ମନଇଚ୍ଛା ମେଡିସିନ ବ୍ୟବହାର କରନ୍ତୁ ନାହିଁ।ସେହିପରି କରୋନା ଆକ୍ରାନ୍ତଙ୍କ ସଙ୍ଗରୋଧ ଅବଧି ସରିବା ପରେ ଆରଟିପିସିଆରର ଟେଷ୍ଟ ଆବଶ୍ୟକତା ନାହିଁ, କେବଳ ଯେଉଁମାନେ ଗୁରୁତର ହୋଇ ଆଇସିୟୁରେ ରହିଥିବେ ସେମାନେ ସୁସ୍ଥ ହେବା ପରେ ଟେଷ୍ଟ କରାଇବାକୁ ପଡ଼ିବ ବୋଲି ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

Comment