ଓଡ଼ିଶାଲାଇଭ୍ ବ୍ୟୁରୋ

ଦିନକୁ ଦିନ ରାଜ୍ୟରେ କୋଭିଡ ସଂକ୍ରମଣ ହାର ବଢ଼ିବାରେ ଲାଗିଛି। ୨୪ ଘଣ୍ଟା ମଧ୍ୟରେ ୧୦ ହଜାର ୩୬୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୧ ହଜାର ୯୦ ଜଣ କୋଭିଡ ଆକ୍ରାନ୍ତ ରହିଛନ୍ତି। ସଂଗରୋଧ କେନ୍ଦ୍ରରୁ ୬ ହଜାର ୧୫ ଜଣ ରହିଥିବାବେଳେ ୪ ହଜାର ୩ ଶହ ୩୫ଟି ଲୋକଲ କେସ୍ ରହିଛି।

ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୩ ହଜାର ୩୬ ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଥିବାବେଳେ ଏହା ତଳକୁ ରହିଛି ସୁନ୍ଦରଗଡ଼ ୧୫ ଶହ ୫ ଜଣ। ସେହିପରି କଟକରୁ ୯୪୦ ଜଣ, ଷ୍ଟେଟପୁଲରୁ ୬୬୪ ଜଣ, ବାଲେଶ୍ଵରରୁ ୩୦୪ ଜଣ, ଯାଜପୁର ୨୯୦ ଜଣ, ସମ୍ବଲପୁର ୨୪୭ ଜଣ, ବଲାଙ୍ଗିରରୁ ୨୫୩ ଜଣ, ରାୟଗଡ଼ା ୨୦୮, କୋରାପୁଟ ୨୦୨, ନୂଆପଡ଼ାରୁ ୧୯୬ ଜଣ, କଳାହାଣ୍ଡିରୁ ୧୯୪ ଜଣ, ସୋନପୁରରୁ ୧୮୦ ଜଣ, ନବରଙ୍ଗପୁରରୁ ୧୬୨ ଜଣ, ଝାରସୁଗୁଡ଼ା ୧୫୭ ଜଣ, ବଲାଙ୍ଗିର ୨୫୩ ଜଣ, ବରଗଡ଼ ୧୫୨ ଜଣ, ନୟାଗଡ଼ରୁ ୧୪୯ ଜଣ, ପୁରୀ ୧୪୦ ଜଣ, ଅନୁଗୁଳରୁ ୧୩୬ ଜଣ, ଭଦ୍ରକରୁ ୧୨୯ ଜଣ, କେନ୍ଦୁଝରରୁ ୧୨୩ ଜଣ, କେନ୍ଦ୍ରାପଡ଼ା ୧୦୬ ଜଣ, ଗଜପତିରୁ ୧୦୦ ଜଣ ଲେଖାଏଁ ନୂଆ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି।

ଏହା ସହ ଗଞ୍ଜାମରୁ ୮୭ ଜଣ, ଢେଙ୍କାନାଳ ଓ କନ୍ଧମାଳରୁ ୮୩ ଜଣ, ଦେଓଗଡ଼ରୁ ୭୮ ଜଣ, ବୌଦ୍ଦରୁ ୭୬ ଜଣ ଏବଂ ମାଲକାନଗିରିର ୫୮ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ୮୮ ହଜାର ୩୪୬ଟି ସକ୍ରିୟ ମାମଲା ରହିଛି। ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୭୭ ହଜାର ୪୬୨ରେ ପହଞ୍ଚିଛି। ମୋଟ ୧୦ ଲକ୍ଷ ୮୦ ହଜାର ୫୬୨ ଜଣ ରହିଛନ୍ତି।

Comment