ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୯ ହଜାର ୮୩୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ୧୮ରୁ କମ୍ ବର୍ଷ ବୟସର ୯୭୨ ଜଣ ରହିଛନ୍ତି। ସଂଗରୋଧ କେନ୍ଦ୍ରରୁ ୫ ହଜାର ୬୯୯ ଜଣ ଏବଂ ଲୋକାଲ କଣ୍ଟାକ୍ଟ ୪ ହଜାର ୧୩୪ଟି ରହିଛି। ଗତ ୧୯ ତାରିଖ ୧୦ ହଜାର ୩୬୮ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨ ହଜାର ୯୪୬ ଜଣ ନୂଆ କୋଭିଡ ପଜିଟିଭ ରହିଥିବାବେଳେ ଦ୍ଵିତୀୟରେ ରହିଛି ସୁନ୍ଦରଗଡ଼। ଏଠାରେ ୧,୧୩୪ ଜଣ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କଟକରୁ ୭୭୪ ଜଣ, ଷ୍ଟେଟପୁଲ ୫୭୭ ଜଣ, ମୟୁରଭଞ୍ଜ ୨୯୫ ଜଣ, ନୟାଗଡ଼ ୨୯୨ ଜଣ, ବଲାଙ୍ଗିର ୨୮୮ ଜଣ, ବାଲେଶ୍ଵର ୨୮୬ ଜଣ, ଯାଜପୁର ୨୫୬ ଜଣ, କୋରାପୁଟ ୧୭୪ ଜଣ, ବରଗଡ଼ ୧୭୨ ଜଣ, କଳାହାଣ୍ଡି ୧୭୧ ଜଣ, କେନ୍ଦୁଝର ଓ ଝାରସୁଗୁଡ଼ାରୁ ୧୬୮ ଜଣ ଓ ଜଗତସିଂହପୁର ୧୫୨ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏହା ସହ ଭଦ୍ରକରୁ ୧୨୯ ଜଣ, ବୌଦ୍ଧରୁ ୧୨୦ ଜଣ, ଅନୁଗୁଳରୁ ୧୧୪ ଜଣ, କେନ୍ଦ୍ରାପଡ଼ାରୁ ୯୯ ଜଣ, ଢେଙ୍କାନାଳରୁ ୯୫, କନ୍ଧମାଳରୁ ୯୧ ଜଣ, ଗଜପତିରୁ ୮୮ ଜଣ, ଗଞ୍ଜାମରୁ ୬୯ ଜଣ, ମାଲକାନଗିରିରୁ ୫୬ ଜଣ ନୂଆ କୋଭିଡି ଆକ୍ରାନ୍ତ ରହିଛନ୍ତି। ରାଜ୍ୟରେ ମୋଟ ୮ ଲକ୍ଷ ୯ ହଜାର ୭୦୨ଟି ସକ୍ରିୟ ମାମଲା ରହିଛି। ମୋଟ କୋଭିଟ ପଜିଟିଭଙ୍କ ସଂଖ୍ୟା ୧୧ ଲକ୍ଷ ୮୭ ହଜାର ୨୯୫ରେ ପହଞ୍ଚିଛି। ୧୦ ଲକ୍ଷ ୮୯ ହଜାର ୩୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Comment