ଓଡ଼ିଶାଲାଇଭ୍‌ ବ୍ୟୁରୋ

‘ଷ୍ଟୁଡେଣ୍ଟ ଅଫ୍‌ ଦ ଇୟର ୨’ ଫିଲ୍ମରୁ ଡେବ୍ୟୁ କରିଥିବା ଚୁଲବୁଲି ଅଭିନେତ୍ରୀ ଅନନ୍ୟା ପାଣ୍ଡେ ସବୁବେଳେ କିଛି ନା କିଛି କାରଣରୁ ଚର୍ଚ୍ଚାରେ ଥାଆନ୍ତି।

ନିକଟରେ ଏହି ଅଭିନେତ୍ରୀ ଏକ ଆଖୁ ବିଲରେ ଫଟୋସୁଟ କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି। ଅନନ୍ୟା ଏହି ଫଟୋକୁ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିବା ପରେ ତାଙ୍କୁ ଟ୍ରୋଲ ହେବାକୁ ପଡ଼ିଛି। ଏହି ଫଟୋ ପୋଷ୍ଟ କଲାବେଳେ ଅନନ୍ୟା ‘ପଲଟ’ କ୍ୟାପସନ ଦେଇଥିଲେ। ଅନନ୍ୟା କାହାକୁ ପଲଟ କହୁଥିଲେ ଏନେଇ ମଧ୍ୟ ଆଲୋଚନା ଆରମ୍ଭ ହୋଇଯାଇଛି।

ଯଦି ଅନନ୍ୟାଙ୍କ କାମ କଥା କହିବା ତେବେ ଅନନ୍ୟା ଏବେ ଫିଲ୍ମ ‘ଖାଲି ପିଲି’ର ସୁଟିଂ କରୁଛନ୍ତି।  ଏହି ଫିଲ୍ମରେ ଅଭିନେତା ଇଶାନ ଖଟ୍ଟର ତାଙ୍କ ବିପକ୍ଷରେ ନଜର ଆସିବେ।

Comment