ଓଡ଼ିଶାଲାଇଭ୍ ବ୍ୟୁରୋ

ମା’ ହେବାକୁ ଯାଉଛନ୍ତି ବଲିଉଡ ସୁପରଷ୍ଟାର ଅଜୟ ଦେବଗନଙ୍କ ଅନସ୍କ୍ରିନ ଝିଅ ଅଭିନେତ୍ରୀ ଈଶିତା ଦତ୍ତା। ବଲିଉଡ ସୁପରହିଟ ଚଳଚ୍ଚିତ୍ର ‘ଦୃଶ୍ୟମ୍’ରେ ଅଜୟ ଦେବଗନଙ୍କ ଝିଅ ଭୂମିକାରେ ଅଭିନୟ କରିଥିଲେ ଈଶିତା।

ନିକଟରେ ତାଙ୍କୁ ମୁମ୍ବାଇ ଏୟାରପୋର୍ଟରେ ବେବି ବମ୍ପ ସହ ସ୍ପଟ କରାଯାଇଥିଲା। ୨୦୧୭ ମସିହାରେ ଅଭିନେତା ବତ୍ସଲ ସେଠକୁ ଲୁଚାଛପାରେ ବିବାହ କରିଥିଲେ ଈଶିତା। ଈଶିତା ମା’ ହେବା ଖବର ପରେ ସୋସିଆଲ ମିଡିଆରେ ଈଶିତା ଏବଂ ବତ୍ସଲଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି।

ଚଳଚ୍ଚିତ୍ରରେ ଅଭିନୟ କରିବା ପୂର୍ବରୁ ଈଶିତା ଟିଭି ସିରିଏଲରେ ମୁଖ୍ୟ ଚରିତ୍ରରେ ଅଭିନୟ କରୁଥିଲେ। ‘ବେପନାହ’, ବିଗବସ’ ଏବଂ ‘ନଚ୍ ବଲିଏ’ ଆଦିରେ ତାଙ୍କୁ ଦେଖିବାକୁ ମିଳିଛି। ଖୁବ କମ୍ ଲୋକ ଜାଣିଥିବେ ଯେ, ଈଶିତା ହେଉନ୍ତି ବଲିଉଡ ଅଭିନେତ୍ରୀ ତନୁଶ୍ରୀ ଦତ୍ତାଙ୍କ ସାନ ଭଉଣୀ।

Tags: #BollywoodActor #Cinema #IshitaDutta #Pregnant

Comment