ଓଡ଼ିଶାଲାଇଭ୍ ବ୍ୟୁରୋ

ବଲିଉଡ ସିନେ ଜଗତର ଜଣାଶୁଣା ଅଭିନେତା ଆଦିତ୍ୟ ସିଂ ରାଜପୁତଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି। ସୋମବାର ଦିନ ଅନ୍ଧେରୀସ୍ଥିତ ବାସଭବନ ବାଥରୁମରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ଆଦିତ୍ୟଙ୍କୁ ଭେଟିଭା ପାଇଁ ତାଙ୍କ ବନ୍ଧୁ ଆଜି ଘରକୁ ଯାଇଥିବାବେଳେ ଘରର କବାଟ ଖୋଲିନଥିଲେ ଆଦିତ୍ୟ। ପରେ ସନ୍ଦେହ ହେବାରୁ ସେ କିଛି ପଡ଼ୋଶୀଙ୍କ ସହଯୋଗରେ ଆଦିତ୍ୟଙ୍କ ଘରର କବାଟ ଖୋଲିଥିଲେ। ପରେ ନିସ୍ତେଜ ଅବସ୍ଥାରେ ବାଥରୁମରେ ଆଦିତ୍ୟଙ୍କୁ ଦେଖି ସଙ୍ଗେ ସଙ୍ଗେ ଡାକ୍ତରଖାନା ନେଇଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ମଡେଲିଂରୁ କ୍ୟାରିୟର ଆରମ୍ଭ କରିଥିବା ଆଦିତ୍ୟ ପରେ ହିନ୍ଦୀ ସିନେମା ଏବଂ ଟିଭିରେ ଅଭିନୟ କରିବାର ସୁଯୋଗ ପାଇଥିଲେ। ସେ ‘କ୍ରାନ୍ତିବୀର’ ଏବଂ ‘ମେନେ ଗାନ୍ଧୀ କୋ ନହିଁ ମାରା’ ଭଳି ଫିଲ୍ମରେ ଅଭିନୟ କରିଛନ୍ତି। ଟିଭି ସିରିଏଲ ସହ ୩୦୦ରୁ ଅଧିକ ବିଜ୍ଞାପନରେ କାମ କରିଛନ୍ତି ଆଦିତ୍ୟ ସିଂ ରାଜପୁତ। ନିକଟରେ ସେ କାଷ୍ଟିଙ୍ଗ ଡାଇରେକ୍ଟର ଭାବେ କାମ କରୁଥିଲେ। ମୁମ୍ବାଇ ଗ୍ରାମର ଦୁନିଆଁରେ ସ୍ଵତନ୍ତ୍ର ପରିଚୟ ରହିଥିଲା ଆଦିତ୍ୟଙ୍କର। ତେବେ କୌଣସି କାରଣକୁ ନେଇ କିଛି ଦିନ ହେଲା ସେ ମାନସିକ ଚାପରେ ରହୁଥିଲେ।

Tags: #BollywoodActor #AdityaSinghRajput #Death #TVActor #Madel #CastingDirector

LEAVE A REPLY

Please enter your comment!
Please enter your name here