ଓଡ଼ିଶାଲାଇଭ୍ ବ୍ୟୁରୋ

ବିନା ଅନୁମତିରେ କେହି ବ୍ୟବହାର କରିପାରିବେନି ବଲିଉଡ ବିଗ୍ ବି ଅମିତାଭ ବଚ୍ଚନଙ୍କର ନାଁ, କଣ୍ଠସ୍ଵର ଏବଂ ଫଟୋ। ଏହିଭଳି ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। କିଛି କମ୍ପାନି ବିନା ଅନୁମତିରେ ତାଙ୍କ କଣ୍ଠସ୍ଵର ଏବଂ ବ୍ୟକ୍ତିତ୍ଵର ଅପବ୍ୟବହାର କରୁଥିବା ନେଇ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ ଅମିତାଭ ବଚ୍ଚନ।

ବିଗ ବି ଦାଖଲ କରିଥିବା ପିଟିସନରେ ଉଲ୍ଲେଖ କରିଛନ୍ତି ଯେ, କେତେକ କମ୍ପାନି ବିନା ଅନୁମତିରେ ତାଙ୍କ ନାଁ, କଣ୍ଠସ୍ଵର ଏବଂ ତାଙ୍କ ବ୍ୟକ୍ତିତ୍ଵର ବ୍ୟବହାର କରି ଫାଇଦା ଉଠାଉଛନ୍ତି। ଏହି ଘଟଣା ଦୀର୍ଘ ବର୍ଷ ଧରି ଚାଲିଆସୁଛି। ଏହା ଉପରେ ସେ ପବ୍ଲିସିଟି ଏବଂ ପର୍ସନାଲିଟି ରାଇଟସ୍ ଚାହୁଁଛନ୍ତି। ଜଣେ ଫେମସ ପବ୍ଲିକ ଫିଗର ହୋଇଥିବାରୁ ବିନା ଅନୁମତିରେ କେହି ଏହାର ଫାଇଦା ନଉଠାନ୍ତୁ ବୋଲି ଅଭିତାଭ ବଚ୍ଚନ ଚାହୁଁଥିବା ଏଥିରେ ଉଲ୍ଲେଖ କରିଥିଲେ।

ବିଗ୍ ବିଙ୍କ ବିନା ଅନୁମତିରେ ତାଙ୍କ ନାଁ, କଣ୍ଠସ୍ଵର ଏବଂ ବ୍ୟକ୍ତିତ୍ଵର ବ୍ୟବହାର କରାଯାଇପାରିବ ନାହିଁ ବୋଲି ଜଷ୍ଟିସ ଚାଓ୍ଵଲା ନିର୍ଦ୍ଦେଶ ଜାରି କରିଛନ୍ତି। ଅମିତାଭ ବଚ୍ଚନଙ୍କ ନାଁ, ଫଟୋ, କଣ୍ଠସ୍ଵର ଆଦି ବ୍ୟବହାର କରୁଥିଲେ ତୁରନ୍ତ ହଟାଇ ଦେବାକୁ ଅଥରିଟି ଏବଂ ଟେଲିକମ ଡିପାର୍ଟମେଣ୍ଟ ପାଇଁ ଏହି ନିର୍ଦ୍ଦେଶ ଜାରି କରିଛନ୍ତି ଅଦାଲତ।

Tags: #PublicityandPersonalityRights #AmitavBacchan #Bollywood #Entertainment #BigB

LEAVE A REPLY

Please enter your comment!
Please enter your name here