ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

୨୦୧୯ ସରିବାକୁ ଆଉ ଅଳ୍ପ କିଛି ଦିନ ରହିଲା। ନୂଆବର୍ଷ ଆସିବା ପୂର୍ବରୁ ଆସନ୍ତୁ ଥରେ ନଜର ପକାଇବା ୨୦୧୯ରେ ବଲିଉଡରେ ଏଣ୍ଟ୍ରି ମାରିଥିବା ଷ୍ଟାରକିଡ୍‌।

ପ୍ରତିବର୍ଷ ବଲିଉଡରେ ନବାଗତ ଅଭିନେତା ଓ ଅଭିନେତ୍ରୀ ଏଣ୍ଟ୍ରି କରିଥା’ନ୍ତି। ୨୦୧୮ରେ ବି ବେଶ୍‌ କେତେଜଣ ନୂଆ ନାୟକ ଓ ନାୟିକା ବଲିଉଡରେ ଦମଦାର ଏଣ୍ଟ୍ରି କରିଛନ୍ତି, ହେଲେ ତାଙ୍କ ଫିଲ୍ମ ସେତିକି ଦମ୍‌ଦାର ହୋଇପାରି ନଥିଲା।

ଅନନ୍ୟା ପାଣ୍ଡେ

ଚଙ୍କି ପାଣ୍ଡେଙ୍କ ଝିଅ ଅନନ୍ୟା ପାଣ୍ଡେ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍‌ ଦ ଇୟର ୨’ରେ ଡେବ୍ୟୁ କରିଥିଲେ। କରଣ ଜୋହର ଫିଲ୍ମର ପ୍ରଯୋଜନା ଦେଇଥିବା ବେଳେ ପୁନିତ ମଲ୍‌ହୋତ୍ରା ଏହାର ନିର୍ଦ୍ଦେଶନା ଦେଇଥିଲେ। କିନ୍ତୁ ଫିଲ୍ମଟି ବକ୍ସ ଅଫିସ୍‌ରେ ଫ୍ଲପ୍‌ ହୋଇଥିଲା।

ତାରା ସୁତରିୟା

ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍‌ ଦ ଇୟର ୨’ ଜରିଆରେ ବଲିଉଡରେ ଏଣ୍ଟ୍ରି କରିଥିଲେ ତାରା ସୁତରିୟା। ତାରା ମଡେଲିଂରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ତାରା ପ୍ରଥମ ଫିଲ୍ମରୁ ହିଁ ଫ୍ଲପ୍‌ ହୋଇଥିଲେ।

ଫିଲ୍ମ ନୋଟବୁକ୍‌ ଜରିଆରେ ବଲିଉଡ୍‌ରେ ଏଣ୍ଟ୍ରି କରିଥିଲେ ଜହିର ଇକ୍‌ବାଲ। ଇକ୍‌ବାଲଙ୍କୁ ଭାଇଜାନ୍‌ ସଲମାନ ଖାନ୍‌ ଲଞ୍ଚ କରିଥିଲେ। ଫିଲ୍ମର ବଜେଟ୍‌ ୧୫ କୋଟି ଥିବା ବେଳେ ଏହା ୩କୋଟି ରୋଜଗାର କରିଥିଲା।

ପ୍ରନୁତନ ବହ୍‌ଲ

ଅଭିନେତା ମୋହନିଶ୍‌ ବହଲଙ୍କ ଝିଅ ପ୍ରନୁତନ ବହଲ ଫିଲ୍ମ ନୋଟ୍‌ବୁକ୍‌ ଜରିଆରେ ଡେବ୍ୟୁ କରିଥିଲେ। ହେଲେ ନୋଟ୍‌ବୁକ୍‌ ଆଶାନୁରୂପ ସଫଳତା ପାଇନଥିଲା।

କରଣ  ଦେଓଲ

‘ପଲ୍‌ ପଲ୍‌ ଦିଲକେ ପାସ୍‌’ ଫିଲ୍ମ ଜରିଆରେ ବଲିଉଡରେ ଏଣ୍ଟ୍ରି କରିଥିଲେ ସନ୍ନି ଦେଓଲଙ୍କ ପୁଅ କରଣ ଦେଓଲ। ଏହି ଫିଲ୍ମ ବକ୍ସ ଅଫିସ୍‌ରେ ସେତେଟା ସଫଳତା ପାଇପାରିଲା ନାହିଁ।

ଅଭିମନ୍ୟୁ ଦଶାନି

‘ମେନେ ପ୍ୟାର୍‌ କିୟା’ର ହିରୋଇନ୍‌ ଭାଗ୍ୟଶ୍ରୀଙ୍କ ପୁଅ ଅଭିମନ୍ୟୁ ବି ବର୍ଷ ୨୦୧୮ରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଚଳଚ୍ଚିତ୍ର ମର୍ଦ କୋ ଦର୍ଦ ନେଇ ହୋତା ଫିଲ୍ମରେ ସେ ବଲିଉଡରେ ପାଦ ଦେଇଥିଲେ। ହେଲେ ଫିଲ୍ମ ସୁପର ଫ୍ଲପ୍‌ ହୋଇଥିଲା।

ବରଦାନ ପୁରୀ

ବଲିଉଡ୍‌ର ଫେମସ୍‌ ଖଳନାୟକ ଅମରିଶ୍‌ ପୁରୀଙ୍କ ନାତି ବରଦାନ ପୁରୀ ‘ୟେ ସାଲି ଆଶିକି’ ଫିଲ୍ମ ଜରିଆରେ ବଲିଉଢରେ ଦମଦାର ଏଣ୍ଟ୍ରି କରିଥିଲେ। କିନ୍ତୁ ଏହି ଫିଲ୍ମ ବକ୍ସ ଅଫିସ୍‌ରେ ସେତେଟା କମାଲ କରିପାରି ନଥିଲା।

Comment