ଓଡ଼ିଶାଲାଇଭ୍ ବ୍ୟୁରୋ

ଏବେ ଓଡ଼ିଆ ଚଳଚ୍ଚିତ୍ର ପାଇଁ ଆସୁଛି ସୁବର୍ଣ୍ଣ ସୁଯୋଗ। ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’ର ହେବ ହିନ୍ଦୀ ରିମେକ। ଏହି ସିନେମାର ହିନ୍ଦୀ ରିମେକ କରିବାକୁ ଘୋଷଣା କରିଛନ୍ତି ବଲିଉଡର ଭେଟେରାନ କଳାକାର ଅନୁପମ ଖେର। ଗୋଆଠାରେ ଚାଲିଥିବା ୫୩ତମ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ଅନୁପମ ଖେର ଏହି ଘୋଷଣା କରିଛନ୍ତି।

‘ପ୍ରତୀକ୍ଷା’ ଦେଖିବା ପରେ ଭାବବିହ୍ଵଳ ହୋଇପଡ଼ିଥିଲେ ଅନୁପମ ଖେର। ଚଳଚ୍ଚିତ୍ରର କାହାଣୀ ତାଙ୍କୁ ବେଶ୍ ପ୍ରଭାବିତ କରିଛି। ଏହା ଉଚ୍ଚ କୋଟିର ହୋଇଥିବାର ଏହାକୁ ହିନ୍ଦୀ ଭାଷାରେ ରିମେକ କଲେ ଅଧିକରୁ ଅଧିକ ଦର୍ଶକଙ୍କ ନିକଟରେ ଏହା ପହଞ୍ଚି ପାରିବ ବୋଲି ଅନୁପମ ଖେର କହିଛନ୍ତି। ହିନ୍ଦୀରେ ରିମେକ ହେବାକୁ ଥିବା ‘ପ୍ରତୀକ୍ଷା’ର ପ୍ରୟୋଜନା କରିବେ ବୋଲି ଏହି ସିନେମାର ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଅନୁପମ ଖେର।

Tags: #OdiaCinema #HindiFilm #Remake #Pratikya #AnupamKher #AnupamPatnaik

Comment