ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଭାରତ ବର୍ଷର ସ୍ୱାଧୀନତାର କାହାଣୀ ପ୍ରତି ଭାରତୀୟଙ୍କ ପାଇଁ ଗୁରୁତ୍ଵପୂର୍ଣ୍ଣ। ଏମିତିକି ଏହି ସ୍ୱାଧୀନତାର କାହାଣୀ ପ୍ରତି ଭାରତୀୟଙ୍କୁ ଜଣାଇବା ପାଇଁ ସେମାନଙ୍କ ହୃଦୟରେ ଦେଶପ୍ରେମ ଜାଗ୍ରତ କରିବା ପାଇଁ ଅନେକ ପିଲ୍ମ ବି ନିର୍ମାଣ କରିଯାଇଛି। ଯେଉଁ ଫିଲ୍ମରେ ଦେଶପ୍ରେମ ଓ ସ୍ୱାଧୀନତା ବିଷୟରେ ଦର୍ଶାଯାଇଛି।

ଜାଣନ୍ତୁ ସେମିତି କିଛି ବଲିଉଡ ଫିଲ୍ମ ବିଷୟରେ….

‘ଭୁଜ୍‌’: ଦ ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ

ନିକଟରେ ଡିସ୍ନି ହଟଷ୍ଟାରରେ ରିଲିଜ ହୋଇଛି ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମ ‘ଭୁଜ୍‌’: ଦ ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ। ୧୯୭୧ ମସିହାର ଭାରତ-ପାକିସ୍ତାନ ଯୁଦ୍ଧ ଉପରେ ‘ଭୁଜ: ଦି ପ୍ରାଇଡ୍ ଅଫ୍ ଇଣ୍ଡିଆ’ର କାହାଣୀ ପର୍ଯ୍ୟବେସିତ। ଏହି ଫିଲ୍ମରେ ଅଜୟ ଦେବଗନ ଭାରତୀୟ ବାୟୁସେନା ସ୍କ୍ୱାଡ୍ରନ ମୁଖ୍ୟ ବିଜୟ କର୍ଣ୍ଣିକଙ୍କ ଭୂମିକାରେ ଅଛନ୍ତି, ଯିଏ ୧୯୭୧ ମସିହାର ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ଭୁଜ୍‌ ବିମାନବନ୍ଦରର ଦାୟିତ୍ୱରେ ଥିଲେ। ଏହି ଫିଲ୍ମ ଗାଁର ଲୋକଙ୍କ ସାହାଯ୍ୟରେ ବାୟୁସେନା ବେସ୍‌ ପ୍ରସ୍ତୁତ କରିବାର କାହାଣୀ ସହ ସୈନିକମାନେ ସମ୍ମୁଖୀନ ହେଉଥିବା ଅସୁବିଧା ବିଷୟରେ ଦର୍ଶକ ଦେଖାଯାଇଛି। ଅଭିଷେକ ଦୁଧୈୟାଙ୍କ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି।

ଶେରଶାହ

୭୫ତମ ସ୍ୱାଧୀନତା ଦିବସ ଅବସରରେ ଆଉ ଏକ ବଲିଉଡ ଫିଲ୍ମ ମଧ୍ୟ ରିଲିଜ ହୋଇଛି। ଯାହାର ନାଁ ହେଉଛି ‘ଶେରଶାହ’। କାରଗିଲ ଯୁଦ୍ଧରେ ଅଦ୍ଭୁତପୂର୍ଣ୍ଣ ସାହସିକତା ଦେଖାଇଥିବା କ୍ୟାପଟେନ ବିକ୍ରମ ବତ୍ରାଙ୍କ ଜୀବନ କାହାଣୀକୁ ଦେଖାଯାଇଛି। ସିଦ୍ଧାର୍ଥ ମଲହୋତ୍ରା ଏହି ଫିଲ୍ମରେ ବିକ୍ରମ ଚରିତ୍ରରେ ନଜର ଆସିଛନ୍ତି। ଧର୍ମା ପ୍ରଡକ୍ସନରେ ନିର୍ମିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ବିଷ୍ଣୁ ଭରଦାନ। ଏହାର କାହାଣୀ ଲେଖିଛନ୍ତି ସନ୍ଦୀପ ଶ୍ରୀବାସ୍ତବ।

ବର୍ଡର

ବର୍ଡର ଫିଲ୍ମ ଦେଶପ୍ରେମ ଓ ଦେଶଭକ୍ତିକୁ ନେଇ ନିର୍ମିତ ହୋଇଥିଲା। ଏହାର କାହାଣୀ ଭାରତ, ପାକିସ୍ତାନ ଭିତରେ ୧୯୭୧ ମସିହାରେ ହୋଇଥିବା ଯୁଦ୍ଧ ଉପରେ ଆଧାରିତ ହୋଇଥିଲା।

ଆଜି ବି ଏହି ଫିଲ୍ମର ଚାହିଦା ରହିଛି। ଫିଲ୍ମର ଗୀତଗୁଡ଼ିକ ବି ବେଶ୍‌ ହିଟ୍‌ ହୋଇଥିଲା। ଏହି ଫିଲ୍ମରେ ବଲିଉଡର ଏକାଧିକ ଅଭିନେତା ଅଭିନୟ କରିଥିଲେ।

ଦ ଲିଜେଣ୍ଡ ଅଫ ଭଗତ ସିଂହ

ସ୍ଵାଧିନତା ସଂଗ୍ରାମୀ ଭଗତ ସିଂହଙ୍କ ଜୀବନୀରେ ଉପରେ ନିର୍ମିତ ହୋଇଥିଲା। ଏଥିରେ ବଲିଉଡ ଅଭିନେତା ଅଜୟ ଦେବଗନ ଅଭିନୟ କରିଥିଲେ।

ଅବ ତୁମ୍ହାରେ ହଓ୍ୱାଲେ ତନ ସାଥୀୟୋଁ

ପ୍ରଖ୍ୟାତ ଅଭିନେତା ଅମତାଭ ବଚ୍ଚନ ଓ ବବି ଦେୱଲଙ୍କ ଅଭିନୀତ ଏହି ଫିଲ୍ମରେ ଦେଶ ଭକ୍ତି ଓ ଦେଶପ୍ରେମ ଉପରେ ଆଧାରିତ। ଆଜି ବି ଏହି ଫିଲ୍ମର ଚାହିଦା ରହିଛି।

ଗଦର’ ଏକ ପ୍ରେମ କଥା

ବହୁ ଲୋକପ୍ରିୟ ଫିଲ୍ମ ଗଦରରେ ବି ଦେଶପ୍ରେମକୁ ହିଁ ପ୍ରାଧାନ୍ୟ ଦିଆଯାଇଥିଲା ଏହି ଫିଲ୍ମରେ ସନି ଦେୱଲ ଓ ଅମିଷା ପଟେଲ ଅଭିନୟ କରିଥିଲେ।

ଲଗାନ

ଅମୀର ଖାନଙ୍କ ଅଭିନୀତ ଫିଲ୍ମ ଲଗନରେ ବି ଦେଶପ୍ରେମକୁ ନେଇ ନିର୍ମିତ ହୋଇଥିଲା। ଏଥିରେ ବ୍ରିଟିଶ ଶାସନର ଝଲକ ଦେଖାଯାଇଥିଲା। ଫିଲ୍ମଟି ୨୦୦୧ରେ ରିଲିଜ ହୋଇଥିଲା।

ପରମାଣୁ

ଜନ୍ ଆବ୍ରାହମ୍‌ଙ୍କ ଅଭିନୀତ ଏହି ଫିଲ୍ମରେ ସେ ଏକ ଆର୍ମି ଅଫିସର ଭୂମିକାରେ ନଜର ଆସିଛନ୍ତି। ୧୯୯୮ରେ  ପୋଖରନ୍‌ରେ ଭାରତ ପକ୍ଷରୁ କରାଯାଇଥିବା ପରମାଣୁ ପରୀକ୍ଷଣ ଉପରେ ଏହି ଫିଲ୍ମଟି ହୋଇଥିଲା।

 ଗାଜି ଆଟାକ୍

ଏହି ଫିଲ୍ମର କଥାବସ୍ତୁ ୧୯୭୧ ମସିହାରେ ଭାରତ-ପାକ୍‌ ଯୁଦ୍ଧ ଉପରେ ଆଧାରିତ ଥିଲା। ଭାରତୀୟ ପନ୍‌ଜୁବି ଏସ ୨୧ ଓ ପାକିସ୍ତାନର ପିଏନ୍‌ ଏସ ଗାଜି ଭିତରେ ୧୮ ଦିନ ଧରି ଯୁଦ୍ଧ ହୋଇଥିଲା। କୁହାଯାଏ ଯେ ଏହି ଯୁଦ୍ଧ ହେଉଛି ପ୍ରଥମ ଯୁଦ୍ଧ, ଯାହା ସମୁଦ୍ର ଭିତରେ ସଂଘଠିତ ହୋଇଥିଲା। ୨୦୧୭ରେ ରିଲିଜ୍‌ ହୋଇଥିବା ଏହି ଯୁଦ୍ଧ ସିନେମାରେ ରାଣା ଦମୁବଟ୍ଟି, ଅତୁଲ୍‌ କୁଲକର୍ଣ୍ଣୀ, କେ କେ ମେନନ୍‌, ତାପସୀ ପନୁ, ରାହୁଲ ସିଂହ ଓ ସତ୍ୟଦେଓ ବାଞ୍ଚାରଣା ପ୍ରମୁଖ ଅଭିନୟ କରିଥିଲେ।

ଏଲ୍..ସି

୨୦୦୩ରେ ମୁକ୍ତିଲାଭ କରିଥିବା ‘ଏଲଓସି’ ମଧ୍ୟ ଭାରତ-ପାକ ଯୁଦ୍ଧ ଉପରେ ଆଧାରିତ ସିନେମା। ଏଥିରେ ୧୯୯୯ରେ ହୋଇଥିବା ଭାରତ-ପାକ୍‌ ଯୁଦ୍ଧକୁ ପ୍ରଦର୍ଶିତ କରାଯାଇଥିଲା। ଜେ.ପି. ଦତ୍ତାଙ୍କ ପ୍ରଯୋଜିତ ତଥା ନିର୍ଦ୍ଦେଶିତ ଏହି ସିନେମାରେ ସଞ୍ଜୟ ଦତ୍ତ, ଅଜୟ ଦେବଗନ୍‌, କରଣ ନାଥ୍‌, ନାଗାର୍ଜୁନ, ସୈଫ୍‌ ଅଲ୍ଲୀ ଖାନ୍, ସୁନୀଲ ସେଟ୍ଟୀ, ରାଣୀ ମୁଖାର୍ଜୀ, କରିନା କପୁର, ଇଶା ଦେଓଲ୍‌ ଓ ରବିନା ଟଣ୍ଡନ୍ ପ୍ରମୁଖ ଅଭିନୟ କରିଥିଲେ।

 

ରାଜି

ଚଳିତବର୍ଷ ମୁକ୍ତିଲାଭ କରିଥିବା ସୁପରହିଟ୍‌ ସିନେମା ‘ରାଜି’ ବି ସତ୍ୟ ଘଟଣା ଉପରେ ଆଧାରିତ ଏକ ଦେଶାତ୍ମବୋଧକ ସିନେମା। ଏହାର କଥାବସ୍ତୁ ୧୯୭୧ ସମୟରେ ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧରେ ଜଣେ ଭାରତୀୟ ଗୁପ୍ତଚରଙ୍କ ଉପରେ ଆଧାରିତ। ଏହାର କାହାଣୀ ପ୍ରଖ୍ୟାତ ଲେଖକ ହଜନ୍ଦର୍‌ ସିକ୍କାଙ୍କ ଇଂରାଜୀ ଉପନ୍ୟାସ ‘କଲିଙ୍ଗ୍ ସହମତ୍’ ଉପରେ ଆଧାରିତ ଥିଲା।

ଏହି ଉପନ୍ୟାସ ସତ୍ୟ ଘଟଣା ଉପରେ ଆଧାରିତ। ସେଇଥିପାଇଁ ‘ରାଜି’ର ଟ୍ୟାଗ୍‌ ଲାଇନ୍‌ ଥିଲା ‘ଆନ୍‌ ଇନ୍‌କ୍ରେଡିଟ ଟ୍ରୁ ଷ୍ଟୋରି’। ଏହି ସିନେମାରେ ଆଲିଆ ଭଟ୍ଟ ଟାଇଟଲ୍‌ ରୋଲ୍‌ରେ ନଜର ଆସିଥିଲେ। ଭିକି କୌଶଲ୍‌, ରଜିତ୍‌ କପୁର, ଶିଶିର ଶର୍ମା ଓ ଜୟଦୀପ୍‌ ଅହଲୱତ୍‌ ପ୍ରମୁଖ ମଧ୍ୟ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିଥିଲା। ମେଘନା ଗୁଲଜାର୍‌ ଥିଲେ ଏହାର ନିର୍ଦ୍ଦେଶକ।

ମଙ୍ଗଲ ପାଣ୍ଡେ ରାଇଜିଂ

୨୦୦୫ରେ ମୁକ୍ତିଲାଭ କରିଥିବା ‘ମଙ୍ଗଲ ପାଣ୍ଡେ ଦ ରାଇଜିଂ’ ଏକ ବାୟୋପିକ୍‌। ଏହା ହେଉଛି ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ ମଙ୍ଗଲ ପାଣ୍ଡେଙ୍କ ଜୀବନର ସତ୍ୟ ଘଟଣା ଉପରେ ଆଧାରିତ ସିନେମା।

ବବି ଦେବୀଙ୍କ ପ୍ରଯୋଜିତ ଏହି ସିନେମାର ନିର୍ଦ୍ଦେଶନା ଦେଇଥିଲେ କେତନ ମେହେଟ୍ଟା। ଏଥିରେ ମିଷ୍ଟର ପରଫେକସନିଷ୍ଟ ଅମୀର ଖାନ୍‌ ନିଭାଇଥିଲେ ମଙ୍ଗଲ ପାଣ୍ଡେଙ୍କ ଭୂମିକା। ଏତଦ୍‌ ବ୍ୟତୀତ ରାଣୀ ମୁଖାର୍ଜୀ ଓ ଅମିଷା ପଟେଲ ଥିଲେ ଦୁଇ ନାୟିକା ଭୂମିକାରେ।

‘ଉରୀ ଦ ସର୍ଜିକାଲ ଷ୍ଟ୍ରାଇକ’

୨୦୧୬ ମସିହାରେ ଭାରତ ସେନା ପକ୍ଷରୁ ପାକ୍ ଅଧିକୃତ କାଶ୍ମିରରେ ସର୍ଜିକାଲ୍ ଷ୍ଟ୍ରାଇକ୍ ହୋଇଥିଲା। ଏହା ଭାରତ ପାଇଁ ଏକ ବଡ଼ ସଫଳତା ବୋଲି ଧରାଯାଏ। ଏହି କାହାଣୀ ଉପରେ ଆଧାରିତ ଫିଲ୍ମ ‘ଉରୀ ଦ ସର୍ଜିକାଲ ଷ୍ଟ୍ରାଇକ’। ଆଦିତ୍ୟ ଧାର ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି।

ଭିକି ଓ ୟାମୀଙ୍କ ବ୍ୟତୀତ ଏହି ଫିଲ୍ମରେ ମୋହିତ ରୈନା, ପରେଶ ରାୱଲ, କ୍ରିତି କୁଲ୍‌ହରୀ ମଧ୍ୟ ଅଛନ୍ତି। ‘ଉରୀ ଦ ସର୍ଜିକାଲ ଷ୍ଟ୍ରାଇକ’ ଫିଲ୍ମରେ ନରେନ୍ଦ୍ର ମୋଦୀଙ୍କ ଭୁମିକାରେ ନଜର ଆସିଛନ୍ତି ଅଭିନେତା ରଜିତ କପୁର।

LEAVE A REPLY

Please enter your comment!
Please enter your name here