ଓଡ଼ିଶାଲାଇଭ୍ ବ୍ୟୁରୋ

୯୦ ଦଶକରେ କଶ୍ମୀର ପଣ୍ଡିତମାନଙ୍କ ଉପରେ ହୋଇଥିବା ଅକଥନୀୟ ଅତ୍ୟାଚାର ଘଟଣାକୁ ନେଇ ନିର୍ମାଣ ହୋଇଥିବା ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’କୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା ଚାଲିଛି। ୩୦ ବର୍ଷ ତଳେ କଶ୍ମୀର ମାଟିରେ ନିଜ ସହ ଘଟିଥିବା ଜଘନ୍ୟ କାଣ୍ଡକୁ ପରଦା ଉପରେ ଦେଖି ଭାବବିହ୍ଵଳ ହୋଇପଡ଼ୁଛନ୍ତି କଶ୍ମୀର ପଣ୍ଡିତମାନେ।

ହିନ୍ଦୀ ଚଳଚ୍ଚିତ୍ର ‘ଦ କଶ୍ମୀର ଫାଇଲ୍ସ’କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ଅନ୍ୟ ଫିଲ୍ମଗୁଡ଼ିକ ଭଳି ଏହି ଫିଲ୍ମରେ ରୋମାନ୍ସ ଏବଂ କମେଡି ନଥିଲେ ମଧ୍ୟ ଫିଲ୍ମ ହଲଗୁଡ଼ିକରେ ଦର୍ଶକଙ୍କ ଭିଡ଼ ଜମୁଛି। ୯୦ ଦଶକରେ କଶ୍ମୀର ପଣ୍ଡିତଙ୍କ ଉପରେ ହୋଇଥିବା ଅକଥନୀୟ ଅତ୍ୟାଚାର ଘଟଣାକୁ ନେଇ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ର କାହାଣୀ।

ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଦର୍ଶକଙ୍କ ହୃଦୟକୁ ବେଶ୍‌ ଛୁଇଁପାରିଛି। ଫିଲ୍ମଟି ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ସମାଲୋଚକଙ୍କ ସମାଲୋଚନାର ଶିକାର ମଧ୍ୟ ହୋଇଛି। ଫିଲ୍ମ ନିର୍ମାଣ ପାଇଁ ବିବେକ ଅଗ୍ନିହୋତ୍ରୀଙ୍କ କାମକୁ ବିଭିନ୍ନ ମହଲରେ ପ୍ରଶଂସା ମିଳୁଛି। ଅଧିକରୁ ଅଧିକ ଦର୍ଶକଙ୍କ ନିକଟରେ ପହଞ୍ଚାଇବା ପାଇଁ ଶୀଘ୍ର ଓଟିଟି ପ୍ଲାଟଫର୍ମରେ ଫିଲ୍ମଟିକୁ ଆଣିବାକୁ ପ୍ରୟାସ ଚାଲିଛି।

ଏହି ଫିଲ୍ମରେ ଅନୁପମ ଖେରଙ୍କ ନିଖୁଣ ଅଭିନୟକୁ ଦର୍ଶକଙ୍କ ପ୍ରଶଂସା ମିଳିଛି। ଏହା ବ୍ୟତୀତ ଏହି ଫିଲ୍ମରେ ମିଥୁନ ଚକ୍ରବର୍ତ୍ତୀ, ଦର୍ଶନ କୁମାର ଏବଂ ପଲ୍ଲବୀ ଜୋଶୀଙ୍କ ଦମଦାର ଅଭିନୟ ଦେଖିବାକୁ ମିଳିଛି।

‘ଦ କଶ୍ମୀର ଫାଇଲ୍ସ’ ଫିଲ୍ମଟି ବକ୍ସ ଅଫିସରେ ସୁପରହିଟ୍ ହୋଇଛି। ୧୯୯୦ ମସିହାରେ କଶ୍ମୀର ପଣ୍ଡିତମାନଙ୍କ ଉପରେ ହୋଇଥିବା ଅତ୍ୟାଚାର ଏବଂ ନରସଂହାର ଘଟଣାକୁ ଫିଲ୍ମରେ ନିଖୁଣ ଭାବେ ସ୍ଥାନ ଦିଆଯାଇଛି। ଫିଲ୍ମଟି ଦେଖିବା ପରେ ସେ ସମୟର ଚିତ୍ର ପୁଣି ତାଜା ହୋଇଯାଉଛି।

ସାଧାରଣ ଲୋକଙ୍କଠାରୁ ରାଜନୀତି ମହଲରେ ସବୁଠି ଏହି ଫିଲ୍ମଟିକୁ ନେଇ ଚର୍ଚ୍ଚା ଚାଲିଛି। ଏହି ଫିଲ୍ମରେ ସାଧାରଣ ଫିଲ୍ମ ଭଳି ନା ରୋମାନ୍ସ, ନା ମ୍ୟୁଜିକ, ନା କମେଡିର ତଡ୍‌କା ରହିଛି। ତଥାପି ଫିଲ୍ମ ହଲରେ ଦର୍ଶକଙ୍କ ଭିଡ ଜମୁଛି।

୩୦ ବର୍ଷ ତଳେ କଶ୍ମୀର ମାଟିରେ ନିଜ ସହ ଏବଂ ନିଜ ପୂର୍ବଜଙ୍କ ସହ ଘଟିଥିବା ଜଘନ୍ୟ କାଣ୍ଡକୁ ପରଦା ଉପରେ ଦେଖିବା ପରେ ଅନେକ କଶ୍ମୀର ପଣ୍ଡିତ ଭାବ ବିହ୍ଵଳ ହୋଇପଡ଼ିଥିଲେ। କେବଳ ଯେ କଶ୍ମୀର ପଣ୍ଡିତଙ୍କ ଛାତି ଥରି ଉଠିଛି ତାହା ନୁହେଁ ସାଧାରଣ ଦର୍ଶକଙ୍କ ଆଖି ମଧ୍ୟ ଭରିଯାଇଥିଲା ଏହି ଫିଲ୍ମଟିକୁ ଦେଖିବା ପରେ।

‘ଦ କଶ୍ମୀର ଫାଇଲ୍ସ’କୁ ନେଇ ଦେଶର ରାଜନୈତିକ ବାତାବରଣ ବି ସରଗରମ୍ ହୋଇଛି। ଫିଲ୍ମଟିକୁ ଦେଖିବା ପରେ ଖୁବ୍ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସତ୍ୟ ସବୁବେଳେ ସଠିକ ଢଙ୍ଗରେ ସାମ୍ନାକୁ ଆସିବା ଉଚିତ। ଏହିଭଳି ଫିଲ୍ମ ନିର୍ମାଣ ହେବା ଦରକାର ବୋଲି କହିଛନ୍ତି ମୋଦୀ। ପ୍ରଧାନମନ୍ତ୍ରୀ କହିଛନ୍ତି କିଛି ସମାଲୋଚକ ଫିଲ୍ମଟିର ତଥ୍ୟ ଏବଂ କଳାତ୍ମକ ଦିଗକୁ ସମୀକ୍ଷା ନକରି ଏହାର ନକରାତ୍ମକ ଦିଗ ସାମ୍ନାକୁ ଆଣି ଏହାକୁ ବଦନାମ୍ କରିବାକୁ ଚେଷ୍ଟା ଚଳାଇଛନ୍ତି।

‘ଦ କଶ୍ମୀର ଫାଇଲ୍ସ’ ଫିଲ୍ମ ରିଲିଜ ହେବା ପରେ କିଛି ରାଜ୍ୟରେ ଫିଲ୍ମ ଉପରେ କରଛାଡ଼ କରାଯାଇଛି। ଏହି ରାଜ୍ୟଗୁଡ଼ିକ ହେଉଛନ୍ତି ଉତ୍ତର ପ୍ରଦେଶ, ହରିଆଣା, ଗୁଜୁରାଟ, କର୍ଣ୍ଣାଟକ, ଉତ୍ତରାଖଣ୍ଡ ଏବଂ ମଧ୍ୟପ୍ରଦେଶ। କିଛି ରାଜ୍ୟର ମୁଖ୍ୟମନ୍ତ୍ରୀ ଏହି ଫିଲ୍ମଟିକୁ ସମର୍ଥନ ମଧ୍ୟ ଜଣାଇଛନ୍ତି।

‘ଦ କଶ୍ମୀର ଫାଇଲ୍ସ’ର କାହାଣୀ ଯେତିକି ଦମଦାର କଳାକାରମାନଙ୍କ ଅଭିନୟ ସେତିକି ନିପୁଣ ଏବଂ ନିଖୁଣ ମଧ୍ୟ। ଫିଲ୍ମଟିକୁ ଦେଖିବା ପରେ କିଛି କାଶ୍ମୀର ପଣ୍ଡିତ, ସେମାନଙ୍କର ସମ୍ପର୍କୀୟ ଏବଂ ସାଧାରଣ ଦର୍ଶକଙ୍କ ହୃଦୟ ଆନ୍ଦୋଳିତ ହୋଇଛି।

Tag: #HindiMovie #BollyWoodFilm #TheKashmirFiles #KashmirPandits

Comment