ଓଡ଼ିଶାଲାଇଭ୍ ବ୍ୟୁରୋ

‘ଦ କାଶ୍ମୀର ଫାଇଲ୍ସ’କୁ ଦାଦା ସାହେବ ଫାଲକେ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ୨୦୨୩ରେ ବେଷ୍ଟ ଫିଲ୍ମ ଆଓ୍ଵାର୍ଡ ପ୍ରଦାନ କରାଯାଇଛି। ସେହିପରି ‘ଆରଆରଆର’କୁ ମିଳିଛି ଫିଲ୍ମ ଅଫ୍ ଦ ଇୟର ଆଓ୍ଵାର୍ଡ। ଆଲିଆ ଭଟ୍ଟଙ୍କୁ ହିନ୍ଦୀ ଚଳଚ୍ଚିତ୍ର ‘ଗଙ୍ଗୁବାଇ କାଠିୟାଓ୍ଵାଡୀ’ରେ ଦମଦାର ଅଭିନୟ ପାଇଁ ବେଷ୍ଟ ଆକ୍ଟର ଏବଂ ‘ବ୍ରହ୍ମାସ୍ତ୍ର’ ଲାଗି ରଣବୀର କପୁର ପାଇଛନ୍ତି ବେଷ୍ଟ ଆକ୍ଟର ଆଓ୍ଵାର୍ଡ।

୨୦୨୨ ମସିହାରେ କାଶ୍ମୀର ପଣ୍ଡିତମାନଙ୍କ ବିସ୍ଥାପନ ଏବଂ ସେମାନଙ୍କ ସହ ହୋଇଥିବା ଅତ୍ୟାଚାରକୁ ନେଇ ଆଧାରିତ ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’ ଦର୍ଶକୀୟ ଆଦ୍ରୁତି ଲାଭ କରିବା ସହ ବକ୍ସ ଅଫିସରେ ଇତିହାସ ରଚିଥିଲା। ବିବେକ ଅଗ୍ନିହୋତ୍ରୀ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ଦାଦା ସାହେବ ଫାଲକେ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ୨୦୨୩ରେ ବଡ଼ ସଫଳତା ହାସଲ କରିଛି। ଏହି ଚଳଚ୍ଚିତ୍ରକୁ ବିଭିନ୍ନ କାଟାଗୋରିରେ ପୁରସ୍କୃତ କରାଯାଇଛି। ଏହି ଚଳଚ୍ଚିତ୍ର ପାଇଁ ଅଭିନେତା ଅନୁପମ ଖେରଙ୍କୁ ମିଳିଛି ମୋଷ୍ଟ ଭର୍ସାଟାଇଲ ଆକ୍ଟର ଆଓ୍ଵାର୍ଡ।

‘ଦ କାଶ୍ମୀର ଫାଇଲ୍ସ’କୁ ବେଷ୍ଟ ଫିଲ୍ମ ଆଓ୍ଵାର୍ଡ ମିଳିବା ପରେ ବିବେକ ଅଗ୍ନିହୋତ୍ରୀ ଆଓ୍ଵାର୍ଡ ନାଇଟର ଫଟୋ ଏବଂ ଭିଡିଓ ସେୟାର କରିବା ସହ ଫିଲ୍ମର ସଫଳତାକୁ ନେଇ ଖୁସି ବ୍ୟକ୍ତ କରି ଟିମକୁ ଅଭିନନ୍ଦନ ଜଣାଇଥିଲେ।

୨୦୨୨ ମସିହାରେ ରିଲିଜ ହୋଇଥିବା ଟଲିଉଡ ଫିଲ୍ମ ‘ଆରଆରଆର’ ସଫଳତାର ଶୀର୍ଷ ଛୁଇଁଥିଲା। ଫିଲ୍ମଟି ରିଲିଜ ହେବା ଦିନଠାରୁ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରିଥିଲା। ଦାଦା ସାହେବ ଫାଲକେ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ୨୦୨୩ରେ ‘ଆରଆରଆର’କୁ ମିଳିଛି ଫିଲ୍ମ ଅଫ୍ ଦ ଇୟର ଆଓ୍ଵାର୍ଡ।

କାହାକୁ କେଉଁ ଆଓ୍ଵାର୍ଡ?

ଆରଆରଆର – ଫିଲ୍ମ ଅଫ ଦ ଇୟର

ଦ କାଶ୍ମୀର ଫାଇଲ୍ସ – ବେଷ୍ଟ ଫିଲ୍ମ

ଆଲିଆ ଭଟ୍ଟ –ବେଷ୍ଟ ଆକ୍ଟର (ଗଙ୍ଗୁବାଇ କାଠିୟାଓ୍ଵାଡୀ)

ରଣବୀର କପୁର – ବେଷ୍ଟ ଆକ୍ଟର (ବ୍ରହ୍ମାସ୍ତ୍ର)

ବରୁଣ ଧଓ୍ଵନ –ବେଷ୍ଟ ଆକ୍ଟର କ୍ରିଏଟିଭ (ଭେଡିଆ)

ଋଷଭ ସେଟ୍ଟୀ – ବେଷ୍ଟ ପ୍ରୋମେସିଙ୍ଗ ଆକ୍ଟର (କାନ୍ତାରା)

ଅନୁପମ ଖେର – ମୋଷ୍ଟ ଭର୍ସାଟାଇଲ ଆକ୍ଟର (ଦ କାଶ୍ମୀର ଫାଇଲ୍ସ)

ରୁଦ୍ରା: ଦ ଏଜ ଅଫ ଡାର୍କନେସ –  ବେଷ୍ଟ ଓ୍ଵେବ ସିରିଜ

ଅନୁପମା – ଟିଭି ସିରିଜ ଅଫ ଦ ଇୟର

ତେଜସ୍ଵୀ ପ୍ରକାଶ – ବେଷ୍ଟ ଟିଭି ଆକ୍ଟର ( ନାଗିନ ୬)

ଜୈନ ଇମାମ – ବେଷ୍ଟ ଟିଭି ଆକ୍ଟର (ଫନା-ଇକ୍ସ ମେ ମରଜାଓ୍ଵା)

ଏହି ଅବସରରେ ଲିଜେଣ୍ଡ୍ରି ଏବଂ ଏଭରଗ୍ରୀନ ବିୟୁଟି ରେଖାଙ୍କୁ ଚଳଚ୍ଚିତ୍ର ଜଗତକୁ ତାଙ୍କର ଅତୁଳନୀୟ ଯୋଗଦାନ ନିମନ୍ତେ ସମ୍ମାନୀତ କରାଯାଇଥିଲା। ଅଭିନେତ୍ରୀ ରେଖାଙ୍କୁ ଆଉଟଷ୍ଟାଣ୍ଡିଂ କଣ୍ଟ୍ରିବ୍ୟୁସନ ଆଓ୍ଵାର୍ଡ ପ୍ରଦାନ କରାଯାଇଛି। ବଲିଉଡ ଫିଲ୍ମ ଏବଂ ଟିଭି ଇଣ୍ଡଷ୍ଟ୍ରିଜର ନାମୀଦାମୀ କାଳାକାର ଏବଂ ପ୍ରଶଂସକ ରେଖାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଷ୍ଟେଜ ଉପରେ ଆଲିଆ ଏବଂ ରେଖାଙ୍କ ମଧ୍ୟରେ ନିଆରା ବଣ୍ଡି ଦେଖିବାକୁ ମିଳିଥିଲା।

Tags: #DadaSahebPhalkeInternationalFilmFestivalAward2023 #TheKashmirFiles #RRR #BestFilm #Rekha #AlilaBhatt #RanvirKapoor

LEAVE A REPLY

Please enter your comment!
Please enter your name here