ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡରେ ମିଷ୍ଟର ପରଫେକ୍ସନିଷ୍ଟ ଭାବେ ଜଣା ଅମୀର ଖାନ। ସେ ତାଙ୍କ ଲମ୍ବା ଫିଲ୍ମ କ୍ୟାରିୟର ଭିତରେ ଅନେକ ନାୟିକାଙ୍କ ସହ ସ୍କ୍ରିନ ସେୟାର କରିଛନ୍ତି। କିନ୍ତୁ ଆପଣ ଗୋଟିଏ କଥା ଲକ୍ଷ୍ୟ କରିଥିବେ ଯେ ଅମୀର ଖାନ ରୁପେଲି ପରଦାର ରାଣୀ ରେଖାଙ୍କ ସହ କୌଣସି ଫିଲ୍ମ କରିନାହାନ୍ତି।

ବାସ୍ତବରେ ଏହା ପଛରେ ଏକ ବହୁତ ପୁରୁଣା ଘଟଣା ଅଛି। ରିପୋର୍ଟ ଅନୁସାରେ ସେହି ରେଖା ଫିଲ୍ମ ଲକେଟରେ ଆମୀର ଖାନଙ୍କ ପିତା ତାହିର ହୁସେନ୍‌ଙ୍କ ସହ କାମ କରୁଥିଲେ। ସେତେବେଳେ ଆମୀର ଖାନଙ୍କୁ ସେଟ୍ ଉପରେ ତାଙ୍କର ଆଚରଣ ଅମୀରଙ୍କୁ ବିଲକୁଲ ଭଲ ଲାଗିନଥିଲା। ସେହି କାରଣରୁ ସେ ରେଖାଙ୍କ ସହ ବିଲକୁଲ ଫିଲ୍ମ କରିନଥିବା କୁହାଯାଏ।

୮୦ ଏବଂ ୯୦ ରେଖାଙ୍କର ଖୁବ୍‌ ଚାହିଦା ଥିଲା। ରେଖା ସଫଳତା ମଧ୍ୟ ହାସଲ କରିଥିଲେ। ରେଖା ତାଙ୍କର ଚମତ୍କାର ପ୍ରଦର୍ଶନ ଯୋଗୁଁ ଫିଲ୍ମ ଇଣ୍ଡଷ୍ଟ୍ରିରେ ମଧ୍ୟ ଅନେକ ନାମ ଅର୍ଜନ କରିଥିଲେ।  ତଥାପି ମିଷ୍ଟର ପରଫେକ୍ସନିଷ୍ଟ ତାଙ୍କ ସହ ଫିଲ୍ମ କରିନାହାନ୍ତି।

Comment