ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ସକାଳ ୭ଟାରୁ ଓଡ଼ିଶା ସମେତ ୯ଟି ରାଜ୍ୟରେ ଆରମ୍ଭ ହୋଇଛି ଚତୁର୍ଥ ପର୍ଯ୍ୟାୟ ଲାଗି ନିର୍ବାଚନ। ୭୧ ଲୋକସଭା ଆସନ ଲାଗି ମତଦାନ ହେଉଛି। ଆଜି ଅନେକେ ହେଭିୱେଟଙ୍କ ଭାଗ୍ୟପରୀକ୍ଷା କରୁଛନ୍ତି ଜନତା ଜନାର୍ଦ୍ଦନ।

ଗଣତନ୍ତ୍ରର ଏହି ମହାକୁମ୍ଭରେ ସାମିଲ ହୋଇଛନ୍ତି ଅଭିନେତା ଓ ଅଭିନେତ୍ରୀ। ସକାଳୁ ସକାଳୁ ସମସ୍ତେ ପୋଲିଂ ବୁଥକୁ ଆସି ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି।

ଲୋକପ୍ରିୟ ଅଭିନେତ୍ରୀ ରେଖା ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି। ମୁମ୍ବାଇର ବାନ୍ଦ୍ରାସ୍ଥିତ ବୁଥ ନମ୍ବର ୨୮୩ ରେଖା ଭୋଟ ଦେଇଛନ୍ତି।

ସେହପରି ବିଜେପିର ଲୋକସଭା ପ୍ରାର୍ଥୀ ରବି କିଶନ ମଧ୍ୟ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ରବି କିଶନ ଉତ୍ତରପ୍ରଦେଶର ଗୋରଖପୁର ଆସନରୁ ନିର୍ବାଚନ ଲଢ଼ୁଛନ୍ତି। ସେ ଗୋରେଗାଁଓରେ ଭୋଟ ଦେଇଛନ୍ତି। ଭୋଟ ଦେବା ପରେ ରବି କାଳିଲାଗିଥିବା ଆଙ୍ଗୁଳି ଗଣମାଧ୍ୟମକୁ ଦେଖାଇଥିଲେ।

ବିଜେପି ସାଂସଦ ତଥା ଲୋକପ୍ରିୟ ଅଭିନେତା ପରେଶ ରାୱଲ ଭୋଟ ଦେଇଛନ୍ତି। ନିଜ ପତ୍ନୀଙ୍କ ସହିତ ପରେଶ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି। ମୁମ୍ବାଇର ପୋଲିଂ ବୁଥ ନମ୍ବର ୨୫୦-୨୫୬ ଜମନ ବାଇ ସ୍କୁଲରେ ମତଦାନ ସାବ୍ୟସ୍ତ କରିଛନ୍ତି।

ଓଡ଼ିଶାଲାଇଭ ପରିବାର ତରଫରୁ ବି ଅପିଲ ରହିବ କି ଗଣତନ୍ତ୍ରର ଏହି ମହାକୁମ୍ଭରେ ସାମିଲ ହୁଅନ୍ତୁ ଓ ନିଜ ଭୋଟ ସାବ୍ୟସ୍ତ କରନ୍ତୁ।

Comment