ଓଡ଼ିଶାଲାଇଭ୍‌ ବ୍ୟୁରୋ

ହିନ୍ଦୀ ଫିଲ୍ମ ଜଗତର ଜଣେ ଜଣାଶୁଣା ଅଭିନେତ୍ରୀ ହେଲେ ରେଖା। ରେଖାଙ୍କୁ ହିନ୍ଦୀର ସଫଳ ଅଭିନେତ୍ରୀମାନଙ୍କ ମଧ୍ୟରେ ଗଣାଯାଏ। ୧୯୫୪, ଆଜିର ଦିନରେ ତାମିଲନାଡୁରେ ଜନ୍ମ ହୋଇଥିବା ରେଖା ଆଜି ୬୬ ବର୍ଷ ବୟସରେ ପାଦ ଥାପିଛନ୍ତି।

ଆଜି ଜନ୍ମଦିନ ଅବସରରେ ଜାଣନ୍ତୁ ରେଖାଙ୍କ ବିଷୟରେ…

୧୨ ବର୍ଷ ବୟସରେ ତାଙ୍କର ପ୍ରଥମ ଫିଲ୍ମ ‘ରଂଗୁଲା ରତ୍ନମ’ରେ ସେ ପ୍ରଥମେ ଅଭିନୟ କରିଥିଲେ।  ହିନ୍ଦୀ ଫିଲ୍ମରେ କାମ କରିବା ପୂର୍ବରୁ ସେ ତେଲୁଗୂ ଏବଂ କନ୍ନଡ଼ ଫିଲ୍ମରେ ଗୋଟିଏ ଲେଖାଏଁ ଫିଲ୍ମରେ ଅଭିନୟ କରିସାରିଥିଲେ । ହିନ୍ଦୀ ଫିଲ୍ମ ‘ଅନଜାନା ସଫର’ରେ ତାଙ୍କୁ ପ୍ରଥମେ ଅଭିନୟ କରିବାର ସୁଯୋଗ ମିଳିଥିଲା ।

ପ୍ରଥମେ ପ୍ରଥମେ ରେଖାଙ୍କୁ ତାଙ୍କର ସାବନା ଚେହେରା ଏବଂ ହିନ୍ଦୀ ଭାଷା ଉଚ୍ଚାରଣ ଆଦି ଯୋଗୁଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ପରେ କିନ୍ତୁ ହିନ୍ଦୀ ସିନେମାରେ ସେ ଉଭୟ କଳାତ୍ମକ ଏବଂ ବ୍ୟାବସାୟିକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ।

ତାଙ୍କର କିଛି ସଫଳ ଫିଲ୍ମ ମଧ୍ୟରେ ‘ଖୂବସୂରତ’, ‘ଖୂନ ଭରୀ ମାଂଗ’ ଏବଂ ‘ଉମରାବ ଜାନ’ ଆଦି ଖୁବ ଲୋକପ୍ରିୟତା ଲାଭ କରିଥିଲା। ରେଖାଙ୍କୁ ବର୍ଷ ୧୯୮୧ରେ ‘ଖୂବସୂରତ’ ଏବଂ ୧୯୮୯ରେ ‘ଖୂନ ଭରୀ ମାଂଗ’ ପାଇଁ ସର୍ବଶ୍ରେଷ୍ଠ ଅଭିନେତ୍ରୀ ଫିଲ୍ମ ଫେୟର ପୁରସ୍କାର ମିଳି ଥିଲା।

Comment