ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଅତୀତରେ ବଲିଉଡ ଅଭିନେତ୍ରୀ ରେଖା ଓ ଅମିତାଭ ଦର୍ଶକଙ୍କୁ ଅନେକ ହିଟ୍‌ ଫିଲ୍ମ ଭେଟି ଦେଇଛନ୍ତି। ଦର୍ଶକ ଏମାନଙ୍କ ଯୋଡ଼ିକୁ ଖୁବ୍‌ ପସନ୍ଦ କରୁଥିଲା ବେଳେ ଏମାନଙ୍କ ଯୋଡ଼ି ଖୁବ୍‌ ବିବାଦୀୟ ମଧ୍ୟ ହୋଇଥିଲା। କାରଣ ରେଖାଙ୍କ ସହ ଅମିତାଭଙ୍କ ପ୍ରେମ ସଂପର୍କ ଥିଲା ବୋଲି ଖୁବ୍‌ ଚର୍ଚ୍ଚା ହେଉଥିଲା। ଦୁହେଁ ପରସ୍ପରକୁ ଭଲ ପାଉଥିଲେ ବୋଲି ମଧ୍ୟ କୁହାଯାଏ। ଏମିତିକି ଦୁହେଁ ଲୁଚିଛପି ବିବାହ କରିଥିବା ମଧ୍ୟ ଶୁଣିବାକୁ ମିଳିଥିଲା।

ବିଭିନ୍ନ ପାର୍ଟି ଫଙ୍କ୍‌ସନରେ ରେଖା ସିନ୍ଦୂର ଲଗେଇ ଯାଇଥିବା ଦେଖିବାକୁ ମିଳିଥିଲା। ମାତ୍ର ଏ ପ୍ରସଙ୍ଗରେ ଅମିତାଭଙ୍କର କୌଣସି ପ୍ରତିକ୍ରିୟା ନଥିଲା। ଅମିତାଭ ଜୟାଙ୍କୁ ବିବାହ କରିଥିଲା ବେଳେ ରେଖା ମୁକେଶ ଅଗ୍ରଓ୍ୱାଲଙ୍କୁ ବିବାହ କରିଥିଲେ। ମାତ୍ର ୧ ବର୍ଷ ପରେ ମୁକେଶଙ୍କ ମୃତ୍ୟୁ ଘଟିଥିଲା। ତା’ପରେ ରେଖା ପୁଣି ଏକୁଟିଆ ହୋଇଯାଇଥିଲେ।

ମିଡିଆ ରିପୋର୍ଟ ଅନୁସାରେ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଅମିତାଭ, ରେଖା କୌଣସି ବି ସୋ’ରେ ଏକାଠି ନଜର ଆସନ୍ତି ନାହିଁ। ଯଦିବି କୌଣସି ସ୍ଥାନରେ ମୁହାଁମୁହିଁ ହୁଅନ୍ତି ତେବେ ଉଭୟ ପରସ୍ପରକୁ ଅଣଦେଖା କରି ଚାଲି ଆସନ୍ତି।

Comment