ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡର ଅନେକ ସଫଳ ଅଭିନେତା ଓ ଅଭିନେତ୍ରୀଙ୍କ ପୁଅ ଝିଅମାନେ ବିଫଳ ହୋଇଛନ୍ତି। ସେମାନଙ୍କ ବାପାମାଆ ଦିନେ ବଲିଉଡର ଆକର୍ଷଣର କେନ୍ଦ୍ର ଥିଲେ, ହେଲେ ସେମାନଙ୍କ ପିଲାମାନେ ସେମିତି ଦର୍ଶକୀୟ ଆଦୃତି ପାଇନାହାନ୍ତି।

Fardeen Khan

ଫରଦିନ ଖାନ୍:

ପ୍ରସିଦ୍ଧ ଅଭିନେତା ଫିରୋଜ ଖାନଙ୍କ ପୁଅ। ଷ୍ଟାଇଲିସ ଅଭିନେତା ଫିରୋଜ, ଅଭିନୟରେ ବି ଚମତ୍କାର ଥିଲେ। ହେଲ ତାଙ୍କ ପୁଅ ଫରଦିନ ସେମିତି ସଫଳତା ପାଇବାରେ ବିଫଳ ହେଲେ। ୧୨ବର୍ଷ ଧରି ବଲିଉଡରେ ସକ୍ରିୟ ଥିଲେ ମଧ୍ୟ, ସେମିତି କିଛି ଆଖିଦୃଶିଆ ଫିଲ୍ମ କରିପାରିଲେନାହିଁ। ମଲ୍ଟିଷ୍ଟାରର ଫିଲ୍ମ ନହେଲେ ଲୋ ବଜେଟ ଫିଲ୍ମରେ ଅଭିନୟ କରି କରି କ୍ୟାରିଅର ଶେଷ ହୋଇଗଲା। ୧୯୯୮ରେ ଏଣ୍ଟ୍ରି କରିଥିଲେ, ଆଉ ଜଙ୍ଗଲ, ପ୍ୟାର ତୁନେ କ୍ୟାକିୟା, ଫିଦା, ଦେବ୍ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। କିନ୍ତୁ ତାଙ୍କର ଅଧିକାଂଶ ଫିଲ୍ମ ଫ୍ଲପ ହିଁ ହୋଇଥିଲା।

rahul khanna

ରାହୁଲ ଖାନ୍ନା:

ବିନୋଦ ଖାନାଙ୍କ ଭଳି ଅଭିନେତାଙ୍କ ପୁଅ ହୋଇଥିଲେ ରାହୁଲ ଖାନ୍ନା ମଧ୍ୟ ବଲିଉଡରେ ସେମିତି କିଛି କମାଲ ଦେଖାଇପାରିଲେନି। ‘ଅର୍ଥ’ ଫିଲ୍ମରେ ଅଭିନୟ କରି ଫିଲ୍ମଫେୟାର ପୁରସ୍କାର ପାଇଥିଲେ। ହେଲେ ତା ପରଠାରୁ ତାଙ୍କ କ୍ୟାରିଅରରେ ବ୍ରେକ୍ ଲାଗିଯାଇଥିଲା। ଆଉ ବେଶୀ ଫିଲ୍ମରେ ତାଙ୍କୁ ଦେଖିବାକୁ ମିଳି ନ ଥିଲା। ଯେତେବେଳେ ତାଙ୍କ ବାପା ବଲିଉଡରେ ଦୀର୍ଘଦିନ ଧରି ରାଜ୍ କରିଥିଲେ, ସେତେବେଳେ ରାହୁଲଙ୍କୁ ବିଫଳ କହିବା ଠିକ୍ ହେବ।

tushar kapoor an jitendra

ତୁଷାର କପୁର:

ଆଉଜଣେ ପ୍ରସିଦ୍ଧ ଅଭିନେତା ଜିତେନ୍ଦ୍ରଙ୍କ ପୁଅ ତୁଷାର କପୁର। ବାପା ୨୦୦ରୁ ଅଧିକ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ବେଳେ, ସେଥିରୁ ୧୨୦ରୁ ଅଧିକ ଫିଲ୍ମ ହିଟ୍ ସାବ୍ୟସ୍ତ ହୋଇଥିଲା। ହେଲେ ତୁଷାରଙ୍କ କ୍ୟାରିଅର ଆରମ୍ଭରୁ ଦର୍ଶକମାନେ ଅନେକ ଆଶା କରିଥିଲେ ମଧ୍ୟ, ସେ ଆଶା ପୂରଣ କରିବାରେ ବିଫଳ ହୋଇଥିଲେ। ଅବଶ୍ୟ ବହୁ ହିଟ୍ ଫିଲ୍ମରେ କାମ କରିଛନ୍ତି ତୁଷାର, କିନ୍ତୁ ଏକୁଟିଆ ସିନେମାର ବୋଝ କାନ୍ଧରେ ଉଠାଇ ସଫଳ କରିବା ତାଙ୍କ ତାଲିକାରେ ନାହିଁ।

arya babbar and raj babbar

ଆର୍ଯ୍ୟ ବବର: 

ପ୍ରଖ୍ୟାତ ଅଭିନେତା ରାଜ ବବରଙ୍କ ପୁଅ ଆର୍ଯ୍ୟ ବବର। ବାପା ସଫଳତାର ଶୀର୍ଷ ଛୁଇଁଥିବା ବେଳେ, ପୁଅଙ୍କ କ୍ୟାରିଅର ଆରମ୍ଭରୁ ହିଁ ଶେଷ ହୋଇଯାଇଥିଲା। ମାତ୍ର ହାତଗଣତି କେତୋଟି ଫିଲ୍ମରେ ସୁଯୋଗ ପାଇଥିଲେ। ହେଲେ ଡେବ୍ୟୁ ଫିଲ୍ମ ଛଡ଼ା ଆଉ କେଉଁଥିରେ ସେ ଲିଡ୍ ରୋଲ ପାଇ ନ ଥିଲେ। ପାର୍ଶ୍ୱ ଅଭିନେତା ଭାବେ ଅଭିନୟ କରିଥିଲେ ଗୁରୁ, ତିସମାରଖାନ ଓ ରେଡି ଫିଲ୍ମରେ ।

mimoh chakrabrty and mithun chakrabrty

ମିମହୋ ଚକ୍ରବର୍ତ୍ତୀ  ଆଉ ଜଣେ ସଫଳ ବଲିଉଡ ଅଭିନେତାଙ୍କ ବିଫଳ ପୁଅ ହେଉଛନ୍ତି ମିମହୋ ଚକ୍ରବର୍ତ୍ତୀ। ସର୍ବାଧିକ ସଫଳତା ହାସଲ କରିଥିବା ଅଭିନେତାଙ୍କ ମଧ୍ୟରୁ ଅନ୍ୟତମ ମିଥୁନ ଚକ୍ରବର୍ତ୍ତୀ। ହେଲେ ତାଙ୍କ ପୁଅ ଏକ ଶତାଂଶ ସଫଳତା ପାଇବାରେ ମଧ୍ୟ ବିଫଳ ହୋଇଛନ୍ତି। ଜିମି ଫିଲ୍ମରୁ ଡେବ୍ୟୁ କରିଥିବା ମିମହୋ  ତା ପରେ ଆଉ ୩ଟି ଫିଲ୍ମ କରିଥିଲେ। ସବୁ ଫିଲ୍ମ ଫ୍ଲପ୍ ହୋଇଥିଲା।

Abhisek

ସଫଳ ବାପାଙ୍କ ବିଫଳ ପୁଅଙ୍କ ତାଲିକା ଆହୁରି ଲମ୍ବା, ଅମିତାଭ ବଚ୍ଚନଙ୍କ ପୁଅ ଅଭିଶେକ ବଚ୍ଚନ ମଧ୍ୟ ବାପାଙ୍କ ଭଳି ଷ୍ଟାରଡମ ହାସଲ କରିବାରେ ବିଫଳ ହୋଇଛନ୍ତି। ମନୋଜ କୁମାର, ଦେବାନନ୍ଦ, ଅମଜାଦ୍ ଖାନଙ୍କ ପୁଅମାନେ ମଧ୍ୟ କ୍ୟାରିଅରରେ ବିଫଳ ହୋଇଥିଲେ। ଖାଲି ଅଭିନେତା ନୁହେଁ ଲୋକପ୍ରିୟ ଅଭିନେତ୍ରୀଙ୍କ ଝିଅମାନେ ମଧ୍ୟ ସେମାନଙ୍କ ମାଆଙ୍କ ଭଳି ସଫଳ ହୋଇପାରି ନ ଥିଲେ। ଅନେକ ଚେଷ୍ଟା ସତ୍ୱେ ସେମାନଙ୍କ କ୍ୟାରିଅର ଆଗକୁ ବଢ଼ିପାରି ନ ଥିଲା।

twinkle khanna and dimple kapadia

ଟ୍ୱିଙ୍କଲ ଖାନ୍ନା:

୮୦ ଦଶକର ସଫଳତମ ହିରୋଇନ ଡିମ୍ପଲ କାପାଡିଆ। ବାପା ବଲିଉଡର ପ୍ରଥମ ସୁପର ଷ୍ଟାର ରାଜେଶ ଖାନ୍ନା। ଏଭଳି ବାପାମାଆଙ୍କ ଝିଅ ହୋଇ ମଧ୍ୟ ଟ୍ୱିଙ୍କଲ ଖାନ୍ନାଙ୍କୁ ସେ ସଫଳତା ମିଳି ନ ଥିଲା। ସଲମନ, ଅମୀର, ଶାହାରୁଖ, ଗୋବିନ୍ଦାଙ୍କ ଭଳି ସୁପରଷ୍ଟାରମାନଙ୍କ ସହ ଅଭିନୟ କରିଥିଲେ ମଧ୍ୟ ଅନ୍ୟ ହିରୋଇନମାନଙ୍କ ପରି ଟ୍ୱିଙ୍କଲଙ୍କ କ୍ୟାରିଅର ଆଗକୁ ବଢ଼ିପାରି ନ ଥିଲା।

ଇଶା ଦେଓଲ:

ହେମାମାଲିନୀ ଓ ଧର୍ମେନ୍ଦ୍ରଙ୍କ ଝିଅ ଇଶା ଦେଓଲ। ଉଭୟଙ୍କର ପ୍ରସିଦ୍ଧି କାହିଁ କେତେ। ସେମାନଙ୍କ ଝିଅ ବୋଲି ଫିଲ୍ମ ମିଳିଥିଲା। ହେଲେ ସେମିତି ସଫଳତା ମିଳି ନ ଥିଲା। ଅଳ୍ପ କେତୋଟି ଫିଲ୍ମ କରିବା ପରେ, କିଛି ଫିଲ୍ମରେ ଏକାଧିକ ହିରୋଇନଙ୍କ ସହ ଅଭିନୟ କରିଥିଲେ। ତା ପରେ ହଠାତ ତାଙ୍କ କ୍ୟାରିଅରରେ ଫୁଲଷ୍ଟପ୍ ଲାଗିଯାଇଥିଲା। ନା ବାପା ନା ମାଆ ନା ଭାଇ କାହାଭଳି ସେ ଷ୍ଟାରଡମ ହାସଲ କରିବାରେ ବିଫଳ ହୋଇଥିଲେ।

soha ali khan and sharmila tagor

ସୋହା ଅଲ୍ଲୀ ଖାନ:

ସୁନ୍ଦରୀ ଓ ଚମତ୍କାର ଅଭିନେତ୍ରୀ ଶର୍ମିଳା ଟାଗୋରଙ୍କ ଝିଅ ସୋହା ଅଲ୍ଲୀ ଖାନ। ଆରାଧନା, ଅମରପ୍ରେମ, ଦାଗ, ମୌସମ ଭଳି ସୁପରହିଟ୍ ଫିଲ୍ମରେ ଅଭିନୟ କରିଥିବା ଶର୍ମିଳାଙ୍କ ଝିଅ ସୋହା କିନ୍ତୁ ସେତିକି ସଫଳତା ପାଇ ନ ଥିଲେ। ଦର୍ଶକୀୟ ଆଦୃତି ପାଇବାରେ ଏକପ୍ରକାର ବିଫଳ ହୋଇଥିଲେ। ବିବାହ ପରେ ତାଙ୍କ କ୍ୟାରିଅରରେ ମଧ୍ୟ ଫୁଲଷ୍ଟପ୍ ଲାଗିଯାଇଥିଲା।

pratibha sinha

ପ୍ରତିଭା ସିହ୍ନା:

୧୯୫୦ରୁ ୧୦୭୦ ଯାଏଁ ଦର୍ଶକଙ୍କୁ ମୋହାଚ୍ଛନ୍ନ କରି ରଖିଥିଲେ ବଲିଉଡ ଅଭିନେତ୍ରୀ ମାଲା ସିହ୍ନା। ହଜାର ହଜାର ପ୍ରଶଂସକ ଥିଲେ ମାଲା ସିହ୍ନାଙ୍କର। ହେଲେ ତାଙ୍କ ଭଳି ଅଭିନେତ୍ରୀଙ୍କ ଝିଅ ପ୍ରତିଭାଙ୍କୁ ସେ ସଫଳତା ମିଳିପାରି ନ ଥିଲା। ସଫଳତା ଆଦୌ ନ ମିଳିବା ପରେ ସେ ଫିଲ୍ମ ଲାଇନ ଛାଡ଼ିଦେଇଥିଲେ।

Comment