ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡର ଦୁଇ ଖାନ୍‌ ସଲମାନ ଓ ଶାହରୁଖଙ୍କୁ ଅତୀତରେ ପରଦା ଉପରେ ବେଶ ପସନ୍ଦ କରିଛନ୍ତି ଦର୍ଶକ। କାରଣ ଯେତେବେଳେ ବି ଏହି ଯୋଡି ଫିଲ୍ମ ସ୍କ୍ରିନରେ ଦେଖାଯାଇଛନ୍ତି ସେହି ଫିଲ୍ମ ହିଟ୍ ହୋଇଛି। ଏବେ ଉଭୟ ଏକାଠି ସ୍କ୍ରିନ ସେୟାର କରୁନଥିଲେ ମଧ୍ୟ ତାଙ୍କର ପୁରୁଣା ଫିଲ୍ମଗୁଡ଼ିକ କିନ୍ତୁ ଏଭରଗ୍ରୀନ ହୋଇ ରହିଛି। ଆସନ୍ତୁ ସେମାନଙ୍କ ସେମିତି କିଛି ଦମଦାର ଫିଲ୍ମ ବିଷୟରେ ଜାଣିବା।

କରଣ ଅର୍ଜୁନ

ରାଜେଶ ରୋଶନଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମ ‘କରଣ-ଅର୍ଜୁନ’ ଆଜି ମଧ୍ୟ ଦର୍ଶକଙ୍କ ପ୍ରିୟ ଫିଲ୍ମ ମଧ୍ୟରୁ ଗୋଟିଏ। ଶାହରୁଖ ଖାନ ଏବଂ ସଲମାନ ଖାନ ଏହି ଫିଲ୍ମରେ ଦୁଇ ଭାଇ ଭାବେ ନଜର ଆସିଥିଲେ। ଫିଲ୍ମର ଡାଇଲଗ୍‌ ଏବଂ ଗୀତକୁ ଆଜି ମଧ୍ୟ ପସନ୍ଦ କରନ୍ତି ଦର୍ଶକ। ଏହି ଫିଲ୍ମରେ କାଜଲ, ମମତା କୁଲକର୍ଣ୍ଣି,  ଅମ୍ରିଶ ପୁରୀଙ୍କ ଭଳି କଳାକାରମାନେ ମଧ୍ୟ ବହୁତ ଭଲ କାମ କରିଥିଲେ।

କୁଛ କୁଛ ହୋତା ହୈ – କରଣ ଜୋହରଙ୍କ ଫିଲ୍ମ ‘କୁଛ କୁଛ ହୋତା ହୈ’ ୧୯୯୮ରେ ରିଲିଜ ହୋଇଥିଲା। ​​ଯାହା ସେହି ବର୍ଷର ସର୍ବାଧିକ ଆୟ କରିଥିବା ଫିଲ୍ମ ମଧ୍ୟରୁ ଗୋଟିଏ। ଫିଲ୍ମରେ ଦର୍ଶକ ଶାହରୁଖ ଖାନ ଏବଂ କାଜଲଙ୍କ କେମେଷ୍ଟ୍ରିକୁ ପସନ୍ଦ କରିଥିଲେ। ସଲମାନ ଖାନଙ୍କର ଏହି ଫିଲ୍ମରେ ଏକ ଛୋଟ ଚରିତ୍ର ଥିଲେ ବି  ଗୁରୁତ୍ୱପୂର୍ଣ୍ଣ ଚରିତ୍ର ଥିଲା।BGU

 ହମ୍ ତୁମ୍ହାରେ ହୈଁ ସନମ୍ – ଶାହରୁଖ ଖାନ୍, ସଲମାନ ଖାନଙ୍କ ଯୋଡି ପୁଣିଥରେ ୨୦୦୨ରେ ଫିଲ୍ମ ‘ହମ୍‌ ତୁମ୍ହାରେ ହେଁ ସନମ’ ଫିଲ୍ମରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମରେ ମାଧୁରୀ ଦୀକ୍ଷିତଙ୍କୁ ଦେଖିବାକୁ ମିଳିଥିଲା। ଫିଲ୍ମ ସଲମାନ ଓ ଶାହରୁଖଙ୍କ ଯୋଡ଼ିକୁ ଦର୍ଶକ ଖୁବ୍‌ ପସନ୍ଦ କରିଥିଲେ।

Comment