ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ମୋଗଲ ଶାସନ ବିରୋଧରେ ମରାଠାମାନଙ୍କର ସର୍ଜିକାଲ ଷ୍ଟ୍ରାଇକକୁ ବଡ଼ ପରଦାରେ ଦେଖିବେ ବଲିଉଡ୍ ଦର୍ଶକ। ଅଜୟ ଦେବଗନଙ୍କ ଆଗାମୀ ଫିଲ୍ମ ‘ତାନାଜୀ – ଦ ଅନସଙ୍ଗ ୱାରିୟର୍’ର ଟ୍ରେଲର ରିଲିଜ୍ ହୋଇଛି। ଯେଉଁଥିରେ ଦର୍ଶକ ସପ୍ତଦଶ ଶତାବ୍ଦୀର ଏକ ସର୍ଜିକାଲ ଷ୍ଟ୍ରାଇକକୁ ଦେଖିବାକୁ ପାଇବେ।

‘ତାନାଜୀ- ଦ ଅନସଙ୍ଗ ୱାରିୟର୍’ ଫିଲ୍ମଟି ବଲିଉଡରେ ଅଜୟ ଦେବଗନଙ୍କ ୧୦୦ତମ୍ ଫିଲ୍ମ ହେବ। ଏଥିରେ ମୋଗଲ ଶାସକ ଦିଲ୍ଲୀ ଉପରେ ନିଜର ଶାସନ ଦୃଢୀଭୂତ କରିବା ପରେ ଦକ୍ଷିଣ ଭାରତର କୋନ୍ଧାନା ରାଜ୍ୟ ଉପରେ ଆକ୍ରମଣ କରୁଥିବା ଦେଖିବାକୁ ମିଳିବ। କୋନ୍ଧାନା ଉପରେ ଆକ୍ରମଣ କରୁଥିବା ମୋଗଲଶାସକଙ୍କୁ ଶିବାଜୀ ମହାରାଜାଙ୍କ ସୁବେଦାର ତାନାଜୀ ମାଲୁସରେ ପ୍ରତିରୋଧ କରୁଛନ୍ତି ଏବଂ ତାଙ୍କ ସହ ଯୁଦ୍ଧରେ ଲଢୁଛନ୍ତି। ସପ୍ତଦଶ ଶତାବ୍ଦୀର ଏପରି ଏକ ଐତିହାସିକ କାହାଣୀକୁ ନେଇ ନିର୍ମାଣ ହୋଇଛି ଫିଲ୍ମ ‘ତାନାଜୀ- ଦ ଅନସଙ୍ଗ ୱାରିୟର୍’।

ଫିଲ୍ମର ଦର୍ଶକ ତାନାଜୀ ଚରିତ୍ରରେ ଅଜୟ ଦେବଗନଙ୍କୁ ଦେଖିବା ସହ ତାଙ୍କ ପତ୍ନୀ ସାବିତ୍ରୀ ଭୂମିକାରେ ନଜର ଆସିବେ କାଜୋଲ। ଏହସହ ସୈଫ୍ ଅଲ୍ଲୀ ଖାନ୍  ଓ ଶରଦ କେଲକର୍ ମଧ୍ୟ ଫିଲ୍ମରେ ଏକ ଭିନ୍ନ ଅନ୍ଦାଜରେ ନଜର ଆସିବେ। ଫିଲ୍ମଟି ଆସନ୍ତା ଡିସେମ୍ବର ୨୭ତାରିଖରେ ମୁକ୍ତିଲାଭ କରିବ।

Comment