ଓଡ଼ିଶାଲାଇଭ୍ ବ୍ୟୁରୋ

ଏସ୍ଏସ୍ ରାଜାମୌଲିଙ୍କ ‘ଆରଆରଆର’ ସମ୍ମାନ ଜନକ ଗୋଲଡେନ୍ ଗ୍ଲୋବ୍ ପୁରସ୍କାର ପାଇଁ ମନୋନୀତ ହୋଇଛି। ଏହି ଚଳଚ୍ଚିତ୍ର ଶ୍ରେଷ୍ଠ ଅଣ-ଇଂରାଜୀ ଭାଷା ଫିଲ୍ମ ବର୍ଗରେ ମନୋନୀତ ହୋଇଛି । ଏହାଛଡ଼ା ଏହି ଫିଲ୍ମର ହିଟ୍ ଗୀତ ‘ନାଟୁ-ନାଟୁ’ ଶ୍ରେଷ୍ଠ ମୂଳ ସଂଗୀତ ବର୍ଗରେ ସର୍ଟ ଲିଷ୍ଟ ହୋଇଛି ।

ଅନେକ ଦେଶର ବକ୍ସ ଅଫିସରେ ଧମାଲ ମଚାଇଥିବା ଏସଏସ ରାଜମୌଲୀଙ୍କ ‘ଆରଆରଆର’ ଏବେ ବି ଦମ୍ ଦେଖାଉଛି। ଏପର୍ଯ୍ୟନ୍ତ ଅନେକ ପୁରସ୍କାର ନିଜ ନାଁରେ କରିସାରିଛି ଏହି ଚଳଚ୍ଚିତ୍ର। ଏହି ସିନେମା ବାସ୍ତବିକ ଜୀବନର ଦୁଇ କ୍ରାନ୍ତିକାରୀ କୋମାରାମ ଭିମ ଏବଂ ଅଲ୍ଲୁରୀ ସୀତାରାମ ରାଜୁଙ୍କ ଉପରେ ଆଧାରିତ।

ଅନ୍ତର୍ଜାତୀୟ ଦର୍ଶକ ଏହି ସିନେମାକୁ ଖୁବ୍ ପ୍ରଶଂସା କରୁଛନ୍ତି। ସିନେମାରେ ରାମଚରଣ ଏବଂ ଜୁନିୟର ଏନଟିଆର ରାଜୁ ଓ ଭିମ ଚରିତ୍ରରେ ଅଭିନୟ କରିଛନ୍ତି। ଏମାନଙ୍କ ବ୍ୟତୀତ ଫିଲ୍ମରେ ଆଲିୟା ଭଟ୍ଟ, ଅଜୟ ଦେବଗନ ଏବଂ ଶ୍ରିୟା ସରନ ମଧ୍ୟ କାମ କରିଛନ୍ତି।

ଆରଆରଆର ବ୍ୟତୀତ ଅଣ ଇଂରାଜୀ ଭାଷା ଚଳଚ୍ଚିତ୍ର ଶ୍ରେଣୀରେ ଅଲ କ୍ୱାଇଟ୍ ଅନ ୱେଷ୍ଟର୍ଣ୍ଣ ଫ୍ରଣ୍ଟ (ଜର୍ମାନୀ), ଆର୍ଜେଣ୍ଟିନା ୧୯୮୫ (ଆର୍ଜେଣ୍ଟିନା), କ୍ଲୋଜ (ବେଲଜିୟମ) ଏବଂ ଡିସିସନ ଟୁ ଲିଭ୍ (ଦକ୍ଷିଣ କୋରିଆ) ଭଳି ଫିଲ୍ମ ମଧ୍ୟ ସ୍ଥାନ ବନାଇବାରେ ସଫଳତା ହାସଲ କରିଛନ୍ତି ଏହି ପୁରସ୍କାର ସମାରୋହ ଲସ୍ ଆଞ୍ଜେଲ୍ସରେ ୧୦ ଜାନୁଆରୀରେ ଆୟୋଜିତ କରାଯିବ ଆରଆରଆର୍ ଫିଲ୍ମ ସାରା ବିଶ୍ୱରେ ୧୨୦୦ କୋଟିରୁ ଅଧିକ ଟଙ୍କା ଆୟ କରିଥିଲା ଏହି ଫିଲ୍ମ ୫ଟି ଭାଷା ତାମିଲ, ତେଲୁଗୁ, ମାଲାୟାଲମ୍, କନ୍ନଡ ଏବଂ ହିନ୍ଦୀରେ ମୁକ୍ତିଲାଭ କରିଥିଲା

Tags: #SSRajamauli #RRR #GoldenGlobeAward #RamCharan #JuniorNTR #AliaBhatt #AjayDevgan #IndianCinema #India

LEAVE A REPLY

Please enter your comment!
Please enter your name here