ଓଡ଼ିଶାଲାଇଭ୍ ବ୍ୟୁରୋ

ଫିଲ୍ମ ‘ପୁଷ୍ପା’ର ସଫଳତା ପରେ ରଶ୍ମିକାଙ୍କ ଲୋକପ୍ରିୟତା ବଢ଼ିବାରେ ଲାଗିଛି। ଏହି ଚଳଚ୍ଚିତ୍ରରେ ଆଇଟମ୍‌ ଗୀତ କରିଥିବା ସାମନ୍ଥା ବି କମ୍‌ ନୁହନ୍ତି। ସେ ମଧ୍ୟ ଏବେ ଚର୍ଚ୍ଚାରେ ଅଛନ୍ତି। କେବଳ ଏତିକି ନୁହେଁ, ସାମନ୍ଥା ଲୋକପ୍ରିୟତା ଦୃଷ୍ଟିରୁ ବଲିଉଡର ଭେଟେରାନ ଅଭିନେତ୍ରୀମାନଙ୍କୁ ମଧ୍ୟ ପଛରେ ପକାଇଛନ୍ତି। ଓରମାକ୍ସ ମିଡିଆ ଅକ୍ଟୋବର ୨୦୨୨ ପାଇଁ ମୋଷ୍ଟ ଲୋକପ୍ରିୟ ମହିଳା ଷ୍ଟାରର ତାଲିକା ପ୍ରକାଶ କରିଛି। ଯେଉଁଥିରେ ସାମନ୍ଥାଙ୍କ ନାମ ଶୀର୍ଷରେ ଅଛି

ଏହି ତାଲିକାରେ ସାମନ୍ଥା ପ୍ରଥମ ସ୍ଥାନରେ ଥିବାବେଳେ ଆଲିଆ ଭଟ୍ଟ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଏହି ତାଲିକାରେ ବଲିଉଡ ଅଭିନେତ୍ରୀଙ୍କୁ ସାଉଥ ଅଭିନେତ୍ରୀମାନେ କଡ଼ା ଟକ୍କର ଦେଇଛନ୍ତି। ଏହି ତାଲିକାରେ ଦୀପିକା ପାଦୁକୋନ ୫ମ ସ୍ଥାନରେ ଅଛନ୍ତି। ଏହି ତାଲିକାରେ ତାଙ୍କ ଆଗରେ ନୟନ୍ତରା ଏବଂ କାଜଲ ଅଗ୍ରୱାଲ ଅଛନ୍ତି

ଦୀପିକା ପାଦୁକୋନଙ୍କ ପରେ ରଶ୍ମିକା ମନ୍ଦନା ଷଷ୍ଠ ସ୍ଥାନରେ ଏବଂ କ୍ୟାଟ୍ରିନା କୈଫ ସପ୍ତମ ସ୍ଥାନରେ ଅଛନ୍ତି। ଅନୁଷ୍କା ଶେଟ୍ଟୀ ୮ମ ସ୍ଥାନ ପାଇଥିବାବେଳେ କିର୍ତ୍ତୀ ସୁରେଶ ୯ମ ସ୍ଥାନ ଏଭଁ ତ୍ରିଶା ଦଶମ ସ୍ଥାନରେ ରହିଛନ୍ତି। ପ୍ରସିଦ୍ଧ ଅଭିନେତ୍ରୀଙ୍କ ଏହି ତାଲିକାରେ ସାଉଥ ସିନେମାର ଅଭିନେତ୍ରୀମାନେ ନିଜ ଦବଦବା ଜାହିର କରିଛନ୍ତି।

Tags: OrmaxMedia #MostPopularFemaleActress #Samantha #AliaBhatt #DeepikaPadukon #KatrinaKaif

LEAVE A REPLY

Please enter your comment!
Please enter your name here