ଓଡ଼ିଶାଲାଇଭ୍ ବ୍ୟୁରୋ

ବଲିଉଡର ଚୁଲବୁଲି ନାୟିକା ଆଲିଆ ଭଟ୍ଟ ଏବଂ ବଲିଉଡ ଅଭିନେତା ରଣବୀର କପୁରଙ୍କ ପ୍ରେମ ସମ୍ପର୍କ ଏବେ ବିବାହର ରୂପ ନେବାକୁ ଯାଉଛି। ଏହି ଷ୍ଟାର କପଲଙ୍କ ବିବାହ ପାଇଁ ପ୍ରସ୍ତୁତି ଜୋରସୋର ଚାଲିଛି। ଉଭୟ ପରିବାର ପକ୍ଷରୁ ବିବାହ ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି। ଦୀର୍ଘ ଦିନ ହେଲା ଆଲିଆ ଏବଂ ରଣବୀର ପରସ୍ପରକୁ ଡେଟ୍ କରୁଛନ୍ତି।

କେମିତି ଆରମ୍ଭ ହେଲା ପ୍ରେମ?

ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କୁ ଏବେ ବଲିଉଡ ଇଣ୍ଡଷ୍ଟ୍ରିଜର କ୍ୟୁଟ୍ କପଲ କୁହାଯାଉଛି। ଏବେ ବିଭିନ୍ନ ସ୍ଥାନରେ ଉଭୟଙ୍କୁ ଏକାଠି ଦେଖିବାକୁ ମଧ୍ୟ ମିଳୁଛି। ବଲିଉଡ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ଏହି ଷ୍ଟାର କପୁଲ ଏକାଠି କାମ କରିଛନ୍ତି। ଖୁବ୍ ଶୀଘ୍ର ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହେବେ।

ବିବାହ ପୂର୍ବରୁ ଆଲିଆ-ରଣବୀରଙ୍କର ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମେଡିଆରେ ଭାଇରାଲ ହେବାରେ ଲାଗିଛି। ଆଲିଆଙ୍କ ସହ କେବେ, କେଉଁଠି ଏବଂ କେତେ ତାରିଖରେ ପ୍ରେମ ହୋଇଥିଲା ସେ ସମ୍ପର୍କରେ ରଣବୀର କହୁଥିବା ଦେଖିବାକୁ ମିଳିଛି।

‘ବ୍ରହ୍ମାସ୍ତ୍ର’ ଫିଲ୍ମର ପ୍ରମୋସନାଲ ଇଭେଣ୍ଟ ସମୟରେ ରଣବୀର କପୁର ଏବଂ ଆଲିଆ ଭଟ୍ଟ ଜଣେ ପ୍ରଶଂସକଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ। ରଣବୀର କହୁ କହୁ ଉଭୟଙ୍କ ପ୍ରପୋଜ ଡେ’ କଥା କହିଦେଇଥିଲେ। ଏହି ଉତ୍ତରରେ ଲାଜେଇ ଯାଇଥିଲେ ଆଲିଆ। ନିଜ ଫ୍ୟାନ୍ସଙ୍କ ପ୍ରଶ୍ନର ଉତ୍ତର ଦେଇ ୨୦୧୭ ଜାନୁଆରି ୧ ତାରିଖରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିବା ରଣବୀର କହିଥିଲେ। ଏକ ସୁଟିଂ ସେଟରୁ ଉଭୟଙ୍କର ବନ୍ଧୁତା ଆରମ୍ଭ ହୋଇ ଏହା ପ୍ରେମର ରୂପ ନେଇଥିଲା। ପ୍ରାୟ ୫ ବର୍ଷ ପରସ୍ପରକୁ ଡେଟ୍ କରିବା ପରେ ଦୁହେଁ ଏବେ ବିବାହ କରିବାକୁ ଯାଉଛନ୍ତି।

ଆଲିଆ-ରଣବୀରଙ୍କ ବିବାହ କେବେ?

ଫ୍ୟାନ୍ସମାନଙ୍କ ପାଇଁ ଖୁସି ଖବର ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ଆଲିଆ ଏବଂ ରଣବୀର। ପ୍ରାୟ ୫ ବର୍ଷ ଧରି ପ୍ରେମ ସମ୍ପର୍କରେ ରହିବା ପରେ ଆସନ୍ତା ଏପ୍ରିଲ ୧୫ ତାରିଖରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇ ନୂଆ ଜୀବନ ଆରମ୍ଭ କରିବେ। ଏହି ସମ୍ପର୍କକୁ ନେଇ ରଣବୀର ଏବଂ ଆଲିଆ ଯେତିକି ଖୁସି ଅଛନ୍ତି, ତା’ଠାରୁ ଅଧିକ ଖୁସି ଅଛନ୍ତି ଉଭୟଙ୍କ ପରିବାର।

ବିବାହ ସ୍ଥାନ ମଧ୍ୟ ସ୍ଥିର ହୋଇଛି। ରଣବୀର କପୁରଙ୍କ ବାନ୍ଦ୍ରା ସ୍ଥିତ ଘରେ ବିବାହ ଉତ୍ସବ ଅନୁଷ୍ଠିତ ହେବ। ଏହି ଷ୍ଟାର କପଲଙ୍କ ବିବାହ ଉତ୍ସବରେ କେଉଁମାନେ ସବୁ ଯୋଗ ଦେବେ ତାହା ମଧ୍ୟ ସ୍ଥିର ହୋଇଛି। ଶାହାରୁଖ ଖାନ, ଜୋୟା ଅଖତର, ଆୟାନ ମୁଖାର୍ଜୀ, ସଂଜୟ ଲୀଳା ଭଂସାଳୀଙ୍କ ସହ ଅନେକ ନାମୀଦାମୀ କଳାକାର ଏବଂ ରାଜନେତା ତଥା ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଆଲିଆ ଏବଂ ରଣବୀର ହଳଦୀ, ମେହେନ୍ଦୀ, ବିବାହ ଏବଂ ରିସେପ୍ସନ ପାଇଁ ଡିଜାଇନର ପୋଷାକ ପ୍ରସ୍ତୁତ କରିସାରିଛନ୍ତି। କେବଳ ଏତିକି ନୁହେଁ ରଣବୀର କପୁରଙ୍କ ମା’ ନୀତା ସିଂ କପୁର ମଧ୍ୟ ନିଜ ପୁଅ ବାହାଘରରେ ପିନ୍ଧିବାକୁ ଡିଜାଇନର କପଡ଼ା ପ୍ରସ୍ତୁତ କରିସାରିଛନ୍ତି।

Tags: #Entertainment #Bollywood #Movie #Actor #Actress #AliaBhatt #RanveerKapoor

Comment