ଓଡ଼ିଶାଲାଇଭ୍‌ ଏଣ୍ଟରଟନମେଣ୍ଟ ବ୍ୟୁରୋ

ରଣବୀର ସିଂହ ଓ ଆଲିଆ ଭଟ୍ଟଙ୍କ ଅଭିନୀତ ସୁପରହିଟ ଫିଲ୍ମ ‘ଗଲିବୟ’ ରିଲିଜକୁ୨ ବର୍ଷ ପୂରା ହୋଇଛି। ଏହି ଅବସରରେ ରଣବୀର ଓ ଆଲିଆ ଉଭୟ ସୋସିଆଲ ମିଡିଆରେ ପୁରୁଣା ଫଟୋକୁ ସେୟାର କରି ପୁଣିଥରେ  ସ୍ମୃତିକୁ ମନେ ପକାଇଛନ୍ତି। ଫିଲ୍ମଟି ୨୦୧୯ରେ ଭାଲେଣ୍ଟାଇନ ଡେ’ ଉପଲକ୍ଷେ ରିଲିଜ ହୋଇଥିଲା।

ଏହି ଫିଲ୍ମ ମୁମ୍ବାଇର ମଲିନ ବସ୍ତିରେ ରହୁଥିବା ଏକ ସାଧାରଣ ମୁସଲିମ୍‌ ପିଲାର କାହାଣୀ ଉପରେ ଆଧାରିତ। ପିଲାଟି ଆର୍ଥିକ ଅନାଟନରେ ବଢ଼ି ବିଭିନ୍ନ କଷ୍ଟ ସହି ଶେଷରେ ନିଜ ଜୀବନରେ ସଫଳତା ଛୁଇଁ ପାରିଛି, ତାହା ହିଁ ଦେଖିବାକୁ ମିଳିଥିଲା। ଏହି ମୁସଲିମ୍‌ ଯୁବକଙ୍କ ଚରିତ୍ରରେ ରଣବୀର ଅଭିନୟ କରିଥିଲେ।

‘ଗଲି ବୟ’ ଫିଲ୍ମରେ ରଣବୀରଙ୍କ ବିପକ୍ଷରେ ନଜର ଆସିଥିଲେ ଅଭିନେତ୍ରୀ ଆଲିଆ ଭଟ୍ଟ। ସବୁଠୁ ଖାସ କଥା ଏହି ଫିଲ୍ମରେ ନିଜ ଅଭିନୟକୁ ଚରିତାର୍ଥ କରିବା ପାଇଁ ଆଲିଆ ଅଭିନୟ ଶିଖିଥିଲେ।

ଏହା ବ୍ୟତିତ ଫିଲ୍ମରେ ଅଭିନେତ୍ରୀ କଲ୍‌କୀ କୋଚ୍‌ଲିନଙ୍କୁ ଏକ ଭିନ୍ନ ଭୂମିକାରେ ଦେଖିବାକୁ ମିଳିଥିଲା। ନିର୍ଦ୍ଦେଶକ ଜୋୟା ଅଖ୍‌ତାର ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ। ଫିଲ୍ମଟି ବକ୍ସ ଅଫିସରେ ରେକର୍ଡ ହୋଇଥିଲା।

LEAVE A REPLY

Please enter your comment!
Please enter your name here