ଓଡ଼ିଶାଲାଇଭ୍ ବ୍ୟୁରୋ

ବଲିଉଡ୍କିଙ୍ଗ୍ଶାହରୁଖଙ୍କ ପ୍ରଶଂସକମାନେ ତାଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ରପଠାନରିଲିଜକୁ ଅପେକ୍ଷା କରିଛନ୍ତି ଏହାରି ଭିତରେ ଅନେକ କିନ୍ତୁ ଏହି ଫିଲ୍ମକୁ ଟ୍ରୋଲ୍କରିବା ଆରମ୍ଭ କରିଛନ୍ତି ନିକଟରେ ଫିଲ୍ମର ନିର୍ମାତା ପଠାନର ପ୍ରଥମ ଗୀତ ‘ବେଶରମ୍ ରଙ୍ଗ୍’ ରିଲିଜ କରିଛନ୍ତି। କିନ୍ତୁ ଗୀତ ଆସିବା ମାତ୍ରେ ଏହାକୁ ବଏକଟ୍ କରିବା ପାଇଁ ବିଭିନ୍ନ ସୋସିଆଲ ମିଡିଆରେ ଟ୍ରେଣ୍ଡ୍ ହେଉଛି।

ଏହି ଗୀତରେ ଦୀପିକା ପାଦୁକୋନ୍‌ଙ୍କ ଡ୍ୟାନ୍ସ ଓ ଡ୍ରେସ୍‌କୁ ନେଇ ବିରୋଧ ଆରମ୍ଭ ହୋଇଛି। ସୋସିଆଲ ମିଡିଆରେ ଶାହରୁଖଙ୍କ ଲୁକ୍‌ସକୁ ନେଇ ଗୋଟିଏ ପଟେ ଜବରଦସ୍ତ ମନ୍ତବ୍ୟ ଆସୁଥିବା ବେଳେ ଦୀପିକାଙ୍କ ଡ୍ରେସ୍ ଓ ଡ୍ୟାନ୍ସକୁ ନେଇ ଉଠିଛି ବିବାଦ। କେବଳ ଏତିକି ନୁହେଁ ନେଟିଜେନ ଏହି ଗୀତର ଟ୍ୟୁନ୍ ଜୈନଙ୍କ ‘ମକିବା’ ଗୀତରୁ ଚୋରି ହୋଇଥିବା ଅଭିଯୋଗ କରିଛନ୍ତି।

ଏହାରି ଭିତରେ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା ମଧ୍ୟ ଦୀପିକାଙ୍କ ବିକିନି ପିନ୍ଧା ନାଚକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ ସିଧାସଳଖ କହିଛନ୍ତି,ଯଦି ଫିଲ୍ମରେ ଦୀପିକାଙ୍କ ସେହି ଡ୍ୟାନ୍ସ ଡ୍ରେସ୍କୁ ବା ସେହି ଦୃଶ୍ୟକୁ ପରିବର୍ତ୍ତନ କରାଯାଉ। ନଚେତ ରାଜ୍ୟରେ ପଠାନ ଫିଲ୍ମର ସ୍କ୍ରିନିଂ ହୋଇପାରିବ ନାହିଁ। ଦୀପିକା ଟୁକ୍ଡ଼େ ଟୁକ୍ଡ଼େ ଗ୍ୟାଙ୍ଗକୁ ସମର୍ଥନ କରୁଥିଲେ। ଦିଲ୍ଲୀ ଜେଏନ୍ୟୁରେ ତାଙ୍କୁ ଟୁକ୍ଡେ ଟୁକ୍ଡ଼େ ଗ୍ୟାଙ୍ଗ୍ସହ ଦେଖିବାକୁ ମିଳିଥିଲା।”

ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା ପୂର୍ବରୁ ଆଦିପୁରୁଷର ଟ୍ରେଲର ଦେଖି ମଧ୍ୟ ପ୍ରଶ୍ନ ଉଠାଇଥିଲେ। ଚେତାବନୀ ଦେଇ ସେ କହିଥିଲେ, “ହିନ୍ଦୁ ଧର୍ମକୁ ବିକୃତ କଲା ଭଳି କୌଣସି ଚରିତ୍ର ଯଦି ଫିଲ୍ମରେ ଦର୍ଶାଯାଏ ତେବେ ଏହାକୁ ବରଦାସ୍ତ କରାଯିବନି। ତେଣୁ ତାକୁ ପରିବର୍ତ୍ତନ କରିବାକୁ ସେ ପରାମର୍ଶ ଦେଇଥିଲେ। ନଚେତ ଫିଲ୍ମ ବିରୋଧରେ ଆଇନ୍ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

Tags: #PathanMovie #ShahRukhKhan #DeepikaPadukon #BesarangRang #BoycottTrend #Dress&Look

LEAVE A REPLY

Please enter your comment!
Please enter your name here