ଓଡ଼ିଶାଲାଇଭ୍‌ ବ୍ୟୁରୋ

ବି-ଟାଉନର ସୁପରହିଟ୍ ଯୋଡ଼ି ଦୀପିକା-ରଣବୀରଙ୍କ ବୈବାହିକ ଜୀବନକୁ ନେଇ କ’ଣ କହିଲେ ଜ୍ୟୋତିଷ?

ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବଲିଉଡର ବାଜିରାଓ ଓ ମସ୍ତାନୀ। ବି-ଟାଉନର ସୁପରହିଟ୍ ଯୋଡ଼ି ରଣବୀର ସିଂ ଓ ଦୀପିକା ପାଦୁକୋନ ଇଟାଲୀର ଲେକ କେମୋରେ ବିବାହ କରିଛନ୍ତି।

ଉଭୟ କୋଙ୍କଣୀ ଓ ସିନ୍ଧି ରୀତିନୀତି ପରମ୍ପରା ଅନୁଯାୟୀ ଦୀପବୀରଙ୍କ ବିବାହ ହୋଇଛି। ଦୀର୍ଘ ୬ ବର୍ଷର ପ୍ରେମ ପରେ ଉଭୟେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଉଜ୍ଜୟନୀର ଜ୍ୟୋତିଷବିତ୍ ମନୀଶ ଶର୍ମାଙ୍କ ଅନୁସାରେ ଦୀପିକା ଓ ରଣବୀରଙ୍କ ବୈବାହିକ ଜୀବନ କିଭଳି ରହିବ ଆସନ୍ତୁ ଜାଣିବା।

କେମିତି ରହିବ ବୈବାହିକ ଜୀବନ?

ରଣବୀର ସିଂହଙ୍କ ଜନ୍ମ ୧୯୮୫ ଜୁଲାଇ ୬ରେ ହୋଇଥିଲା ଏବଂ ଦୀପିକାଙ୍କ ଜନ୍ମ ୧୯୮୬ ଜାନୁୟାରୀ ୫ରେ ହୋଇଥିଲା। ଜନ୍ମ ସମୟରେ ଚନ୍ଦ୍ରର ସ୍ଥିତି ଅନୁସାରେ ରଣବୀରଙ୍କ ରାଶି କୁମ୍ଭ ଏବଂ ଦୀପିକାଙ୍କ ରାଶି ହେଉଛି ତୁଳା।

ଜ୍ୟୋତିଷଙ୍କ କହିବା ଅନୁସାରେ ଏହି ରାଶିରେ ଅଧିକ ସମାନତା ମିଳିନଥାଏ। ସାଧାରଣ ଭାବେ କହିବାକୁ ଗଲେ ଏହି ଯୋଡ଼ି ସାମାନ୍ୟ ଭାବେ ଗଣାଯିବେ। କୁମ୍ଭ ରାଶିର ସ୍ୱାମୀ ଶନି ଏବଂ ତୁଳା ରାଶିର ସ୍ୱାମୀ ଶୁକ୍ର ମିତ୍ର ଅଟନ୍ତି। ଦୁଇ ରାଶି ବିପରୀତ ସ୍ୱଭାବର।

ଦୀପିକାଙ୍କ କୁଣ୍ଡଳିରେ ପ୍ରେମ ବିବାହ ଯୋଗ ଥିଲା। ଏହି କୁଣ୍ଡଳିରେ ଗୁରୁ ନିଚ୍ଚରେ ଅଛନ୍ତି। ରଣବୀରଙ୍କ କୁଣ୍ଡଳିରେ ଶନି ଉଚ୍ଚରେ ଅଛନ୍ତି। ବିବାହ ପରେ ଶୁକ୍ରଙ୍କ ବଳରେ ରଣବୀରଙ୍କ କ୍ୟାରିୟର ଆଗକୁ ବଢ଼ି ଚାଲିବ।

ଅନ୍ୟପଟେ ଏହି ବିବାହରେ ଦୀପିକାଙ୍କୁ କ୍ୟାରିୟରରେ ସେଭଳି କିଛି ଫାଇଦା ମିଳିବନି। ନିଜ ଉଦ୍ୟମ ବଳରେ ହିଁ ସଫଳତା ହାସଲ କରିବେ। କିନ୍ତୁ ବୈବାହିକ ଜୀବନ ସୁଖମୟ ରହିବ। ଭବିଷ୍ୟତରେ କୌଣସି ପ୍ରକାର ବିବାଦ ହେବାର ଯୋଗ ନାହିଁ।

କହୁଛି ଅଙ୍କ ?

ରଣବୀରଙ୍କ ଜନ୍ମ ଅଙ୍କ ୬ ଏବଂ ଦୀପିକାଙ୍କ ଜନ୍ମ ଅଙ୍କ ୫। ଏହି ଅଙ୍କର ଲୋକେନିଜ କ୍ରୋଧକୁ କାବୁ ରଖିବାକୁ ଚାହାଁନ୍ତି। ଅନ୍ୟଥା ବୈବାହିକ ଜୀବନରେ ଝଡ଼ଝଞ୍ଜା ବଢ଼ିପାରେ।

ଅଙ୍କ ୫ର ସ୍ୱାମୀ ହେଉଛନ୍ତି ବୁଧ ଗ୍ରହ, ସେହିପରି ଅଙ୍କ ୬ର ସ୍ୱାମୀ ଶୁକ୍ର ଗ୍ରହ। ବୁଧ ପରିଚାଳନା ଏବଂ ବାଣୀକାରକ ଅଟନ୍ତି। ସେହିପରି ଶୁକ୍ର ବୈଭବ ଏବଂ ସୌନ୍ଦର୍ଯ୍ୟପୂର୍ଣ୍ଣ କାରକ ଅଟନ୍ତି। ଏହି କାରଣରୁ ଦୁହିଁଙ୍କ ବିବାହ ତାଙ୍କ କାର୍ଯ୍ୟକ୍ଷେତ୍ର ପାଇଁ ଲାଭଦାୟକ ହେବ।

Comment