ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦକ୍ଷିଣ-ଆଣ୍ଡାମାନ ସାଗରରେ ଏପ୍ରିଲ ୩୦ ସୁଦ୍ଧା ଏବ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଓଡ଼ିଶାରେ ବାତ୍ୟା ହୋଇପାରେ ବୋଲି ଗତ କିଛିଦିନ ହେଲା ଆଲୋଚନା ହେଉଥିଲା। କିନ୍ତୁ ଓଡ଼ିଶାରେ କୌଣସି ବାତ୍ୟା ସମ୍ଭବାନା ଏଯାଏଁ ସ୍ପଷ୍ଟ ହୋଇ ନଥିବାର ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଏପ୍ରିଲ ୩୦ ସୁଦ୍ଧା ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ ବଳୟ ସୃଷ୍ଟି ହେବାର ଦେଖାଯାଉଛି। ଓଡ଼ିଶା ଉପକୂଳଠାରୁ ଦକ୍ଷିଣ ଆଣ୍ଡାମାନ ସାଗରର ଦୂରତା ଅଧିକ। ଏଣୁ ଯଦିବା ଲଘୁଚାପ ବାତ୍ୟାର ରୂପ ନିଏ ତାହାଲେ ସେ ମିଆଁମାର କିମ୍ବା ବାଂଲାଦେଶ ମୁହାଁ ହେବ। ଓଡ଼ିଶା ପ୍ରତି ବିପଦ ଏବେ ଯାଏଁ ଦେଖାଯାଉନି।

ଗତବର୍ଷ ମେ’ ୩ ରେ ବାତ୍ୟା ଫନି ଅଧା ଓଡ଼ିଶାକୁ ଛାରଖାର କରିଦେଇଥିଲା। ବିଶେଷକରି ଭୁବନେଶ୍ୱର, ପୁରୀ, ଭଦ୍ରକ, କେନ୍ଦ୍ରାପଡ଼ା ବିଶେଷ କ୍ଷତିଗ୍ରସ୍ତ ହୋଇଥିଲା। ବର୍ଷକ ପରେ ଆଉ ବାତ୍ୟା ଆସୁଥିବା ପ୍ରଚାର ହେବା ପରେ ଲୋକେ ଭୟଭୀତ ହୋଇଯାଇଥିଲେ।

Comment