ଡ଼ିଶାଲାଇଭ ବ୍ୟୁରୋ

ଜଣକ ପରେ ଜଣେ ଆଗଧାଡ଼ିର କରୋନା ଯୋଦ୍ଧା ଆକ୍ରାନ୍ତ ହେବା ପରେ ଆଜି ଜଣେ ବିଧାୟକଙ୍କୁ କରୋନା ହୋଇଥିବା ଜଣାପଡ଼ିଛି। ସଂପୃକ୍ତ ବିଧାୟକ ଜଣକ ବାଲେଶ୍ୱର ଜିଲ୍ଲାର। ତାଙ୍କ ପାଖରେ କରୋନା ଲକ୍ଷଣ ଦେଖାଦେବା ପରେ ସ୍ୱାବ୍‌ ସଂଗ୍ରହ କରାଯାଇଥିଲା। ଆଜି ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିବା ବାଲେଶ୍ୱର ସିଡିଏମ୍‌ଓ ସୂଚନା ଦେଇଛନ୍ତି।

ବିଧାୟକଙ୍କ ନମୁନା ରିପୋର୍ଟ ପଜିଟିଭ୍‌ ଆସିବା ପରେ ବାଲେଶ୍ୱର ଜିଲ୍ଲାରେ ଭୟର ବାତାବରଣ ଖେଳିଯାଇଛି। ବିଧାୟକଙ୍କ ସଂସ୍ପର୍ଶରେ କିଏ କିଏ ଆସିଥିଲେ ତାକୁନେଇ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ କରିଛି ପ୍ରଶାସନ।

ନିକଟରେ ସଂପୃକ୍ତ ବିଧାୟକ ଜଣକ ଏକ ସଭାରେ ଯୋଗ ଦେଇଥିଲେ। ଏହି ସଭାରେ ବହୁ ଲୋକ ମଧ୍ୟ ଥିବା କୁହାଯାଉଛି। ଏହାସହ ସେ ଜଣେ ଜନପ୍ରତିନିଧି ହୋଇଥିବାରୁ କରୋନା ବେଳେ ସେ ତାଙ୍କ ଅଞ୍ଚଳର ବିଭିନ୍ନ ସ୍ଥାନକୁ ଯାଇଥିବା ଅନୁମାନ କରାଯାଉଛି। ଏନେଇ ନିଜେ ବିଧାୟକ ମଧ୍ୟ ସ୍ୱୀକାର କରିଛନ୍ତି।

ପୂର୍ବରୁ କରୋନା ଯୋଦ୍ଧାର ମାନ୍ୟତା ପାଇଥିବା ସରପଞ୍ଚ, ଡାକ୍ତର, ନର୍ସ, ସ୍ୱାସ୍ଥ୍ୟ କର୍ମୀ ଏବଂ ପୋଲିସ କର୍ମଚାରୀମାନେ କରୋନା ଆକ୍ରାନ୍ତ ହୋଇଥିଲେ। ତେବେ ଜଣେ ବିଧାୟକଙ୍କୁ କରୋନା ହେବା ଓଡ଼ିଶାରେ ପ୍ରଥମ ଘଟଣା।

LEAVE A REPLY

Please enter your comment!
Please enter your name here